ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ : ସ୍ଲଟ୍ ବୁକ୍ କରିଥିଲେ, କଟିବନି ଫାଇନ୍ । ଗାଡି ଚାଳକଙ୍କ ପାଇଁ ଆସିଲା ଖୁସି ଖବର






🎯 • ଯେଉଁ ଗାଡିର ନମ୍ବର ୧,୨ କିମ୍ବା ୩,୪ରେ ଶେଷ ହେଉଛି, ସେହି ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦ ତାରିଖ


🎯 • ହେଲେ ଆପଣ ଯଦି ସେପ୍ଟେମ୍ବର ୩୦ ତାରିଖ ଭିତରେ କେବଳ ସ୍ଲଟ୍ ବୁକ୍ କରିଦେଇଛନ୍ତି । ଆଉ ନମ୍ବର ପ୍ଲେଟ୍ ଲଗାଇପାରିନାହାଁନ୍ତି । ତେବେ ଆପଣଙ୍କଠାରୁ କୌଣସି ଫାଇନ୍ ଆଦାୟ କରାଯିବ ନାହିଁ


🎯 • ଟ୍ରାଫିକ୍ ଚେକିଂ ବେଳେ ଆପଣ ସ୍ଲଟ୍ ବୁକ ହେଇଥିବା ରସିଦ୍ ଦେଖାଇ, ଫାଇନ୍ ଦେବାରୁ ମୁକ୍ତି ପାଇପାରିବେ


🎯 ସେହିଭଳି ନଜର ପକାନ୍ତୁ…ଅନ୍ୟ ଗାଡିମାନଙ୍କ ପାଇଁ କେତେ ରହିଛି ଶେଷ ତାରିଖ


🎯 • ୧,୨ ଏବଂ ୩,୪ରେ ନମ୍ବର ଶେଷ ହେଉଥିବା ଗାଡି ପାଇଁ ସେପ୍ଟେମ୍ବର ୩୦ ହେଉଛି ଶେଷ ତାରିଖ


🎯 • ଯେଉଁ ଗାଡି ନମ୍ବର ୫ ଓ ୬ରେ ଶେଷ ହେଉଛି, ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ


🎯 • ସେହିପରି ନଭେମ୍ବର ୩୦ ସୁଦ୍ଧା ଯେଉଁ ଗାଡିର ନମ୍ବର ପ୍ଲେଟ୍ ୭ ଓ ୮ରେ ଶେଷ ହେଉଥିବ, ସେମାନେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବେ


🎯 • ଆଉ ଡିସେମ୍ବର ୩୧ ସୁଦ୍ଧା, ୯ ଓ ୦ରେ ଶେଷ ହେଉଥିବା ଗାଡି: ନମ୍ବର, ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ


ଆପଣଙ୍କ ଗାଡି ନମ୍ବର ଯଦି ୧, ୨ କିମ୍ବା ୩, ୪ରେ ଶେଷ ହେଉଛି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ସ୍ଲଟ୍ ବୁକ୍ କରିଥିଲେ, ଆପଣଙ୍କଠାରୁ ଫାଇନ୍ ଆଦାୟ କରିପାରିବନି ଟ୍ରାଫିକ୍ ପୋଲିସ ।


ନୂଆ ନମ୍ବର ପ୍ଲେଟକୁ ନେଇ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ଅନଲାଇନରେ ଠିକ୍ ତାରିଖରେ ଠିକ୍ ସ୍ଲଟ୍ ମିଳୁନି । ଆଉ ଏପଟେ ଫାଇନ୍ ଆଦାୟ କଡାକଡି ହେବ ବୋଲି ରାଜ୍ୟ ସରକାର କହିସାରିଲେଣି । ଆଉ ଏହାରି ଭିତରେ ଗାଡି ଚାଳକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର । ଯଦି ଆପଣ ଡେଡଲାଇନ୍ ଭିତରେ ନୂଆ ନମ୍ବର ପ୍ଲେଟ୍ ଲଗେଇ ନାହାଁନ୍ତି, ଏବଂ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ସ୍ଲଟ୍ ବୁକ୍ କରିଛନ୍ତି, ତେବେ ଆପଣଙ୍କଠାରୁ କୌଣସି ପ୍ରକାର ଫାଇନ୍ ଆଦାୟ କରାଯିବ ନାହିଁ ।


ପରିବହନ ବିଭାଗ ୨୬ ତାରିଖରେ ଏକ ଚିଠି ଜାରି କରିଛି । ଯେଉଁଥିରେ ସଫା ସଫା ଲେଖାଯାଇଛି ଯେ, ଯଦି ଧାର୍ଯ୍ୟ ତାରିଖ ଭିତରେ ଗାଡି ଚାଳକ ସ୍ଲଟ୍ ବୁକ୍ କରିଥିବେ, ତେବେ ତାଙ୍କଠାରୁ ଫାଇନ୍ ଆଦାୟ କରାଯିବ ନାହିଁ ।


ନୂଆ ନମ୍ବର ପ୍ଲେଟ୍ ପାଇଁ ଏବେ ଅନଲାଇନରେ ଚାଲିଛି ସ୍ଲଟ୍ ବୁକିଂ । ହେଲେ ବହୁତ ଲୋକ ସ୍ଲଟ୍ ବୁକ୍ କରୁଥିବାରୁ , ଲୋକମାନେ ଠିକ୍ ଟାଇମରେ ସ୍ଲଟ୍ ପାଇପାରୁନାହାଁନ୍ତି । ତେଣୁ ପରିବହନ ବିଭାଗ ନିୟମରେ ସାମାନ୍ୟ କୋହଳ ଆଣିଛି । ଆପଣ ଯଦି ଧାର୍ଯ୍ୟ ତାରିଖ ଭିତରେ କେବଳ ସ୍ଲଟ୍ ବୁକ୍ କରିଦେଇଛନ୍ତି । ଆଉ ନୂଆ ନମ୍ବର ପ୍ଲେଟ୍ ପାଇଁ ତାରିଖ ମିଳିସାରିଛି । ତେବେ ଆପଣ ଫାଇନ୍ ଦେବାରୁ ମୁକ୍ତି ପାଇବେ ।

Post a Comment

0 Comments