ଖୁଣ୍ଟୁଣୀ ନିକଟସ୍ଥ ଜାତୀୟ ରାଜପଥରେ ହାତୀ, ଭୟରେ ଅଞ୍ଚଳ ବାସୀ

 


ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ଅଞ୍ଚଳରେ ଗୋଟିଏ ଛୁଆ ହାତୀ ସହ ଦୁଇଟି ବଡ଼ହାତୀ ବୁଲୁଛନ୍ତି।ହାତୀ ମୃତ୍ୟୁ ପାଇଁ ଚର୍ଚ୍ଚିତ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀରେ ଆଜି ପ୍ରତ୍ୟୁଷରୁ ଏହି ହାତୀ ତିନୋଟିଙ୍କୁ  ୫୫ ନମ୍ୱର୍ ଜାତୀୟ ରାଜପଥ ଠାରୁ ଅନତି ଦୂର ଖୁଣ୍ଟୁଣୀ ଅଞ୍ଚଳରେ ବୁଲିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବାସହ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ହାତୀଙ୍କୁ ବାଣ ଫୁଟାଇ ଘଉଡାଇବାକୁ   ଚେଷ୍ଟା କରି ବିଫଳ ହୋଇଛନ୍ତି।ତେବେ ହାତୀ ଯେପରି ଜନବସତି ଅଞ୍ଚଳରେ ନ ପଶନ୍ତି ସେଥିପ୍ରତି ସଜାଗ ଦୃଷ୍ଟି ରଖିଛନ୍ତି।ଏହି ହାତୀ ଦେଖିବାକୁ ଶହ ଶହ ଲୋକ ଜମାହୋଇ ହୋ ହାଲ୍ଲା କରିବା ଫଳରେ ହାତୀ ତିନୋଟି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି।

ବନବିଭାଗ କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ହାତୀଙ୍କୁ ଘଉଡାଇବା ରେ ହାତୀ ତିନୋଟି ରାଜାଆଠଗଡ଼ ରେଳ ଷ୍ଟେସନ ନିକଟସ୍ଥ ମାହେଶ୍ୱରୀ କାରଖାନା ଭିତରକୁ ପଶି ଥିବା ଖବର ମିଳିଛି

 ହାତୀ ତିନୋଟି ନିକଟସ୍ଥ କପିଳାସ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

Post a Comment

0 Comments