ଶଙ୍ଖା ସିନ୍ଦୁର ପାଇଁ ଲକ୍ଷ୍ମୀପ୍ରିୟା ଙ୍କ ସଂଘର୍ଷ

 


ଧବା ନାରୀ ପାଇଁ ହାତର ଶଙ୍ଖା ଏବଂ ମଥାର ସିନ୍ଦୁର ସବୁକିଛି।ଏହି ଶଙ୍ଖା ସିନ୍ଦୁର ବିନା ନାରୀ ଜୀବନ ନିରର୍ଥକ।ତେଣୁ ହାତର ଶଙ୍ଖା ଏବଂ ମଥାର ସିନ୍ଦୁରକୁ ସୁରକ୍ଷିତ ରଖିବା  ପାଇଁ ନାରୀ ଟିଏ କିଭଳି ସଂଗ୍ରାମ କରୁଛି ପୁରୁଷକୈନ୍ଦ୍ରିକ ସମାଜରେ ଆସନ୍ତୁ ଜାଣିବା ଏକ ନାରୀର ସଂଘର୍ଷ ର କାହାଣୀ ବିଷୟରେ ।  ଆଠଗଡ଼ ବ୍ଲକ ବଡଭୂଇଁ ପଞ୍ଚାୟତ ବଡଭୂଇ ଗ୍ରାମର ରାଜୀବ ଦାସ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ ପୁଅ ଦେବାଶିଷ ଦାସ ୧୭ ବର୍ଷ ଝିଅ ଜଜ୍ଞାସିନୀ  ଦାସ ୧୪ ବର୍ଷ ଙ୍କୁ ନେଇ ରାଜୀବ ଙ୍କ ହସଖୁସିର ସଂସାର ଚାଲିଥିଲା।ଗ୍ରାମରେ ଏକ ଛୋଟିଆ ଦୋକାନ ଟିଏ କରି ତହିଁରୁ ଉପାର୍ଜିତ ଅର୍ଥରେ ଦୁଃଖେସୁଖେ ଚଳି ଯାଉଥିଲା ରାଜୀବ ଙ୍କ ଛୋଟିଆ ପରିବାର।ଗତ ଏକ ବର୍ଷ ତଳେ ହଠାତ ରାଜୀବଙ୍କର ମୁଣ୍ଡ ବୁଲେଇ ବାରମ୍ବାର ବାନ୍ତି ହେବାରୁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିଥିଲେ। ଚିକିତ୍ସା ରୁ ଜଣାପଡ଼ିଲା ରାଜୀବ ଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି।ଖବର ଜାଣିବା ପରେ ସତେଯେମିତି ପରିବାର ଉପରେ କାହାର ନଜର ଲାଗିଗଲା। ସ୍ବାମୀ ର ଚିକିତ୍ସା ପାଇଁ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଘରୁ କାଢିଥିଲେ ଗୋଡ଼।ଧାର କରଜ କରି ଜମି ଜମା ବିକ୍ରି ବଟା କରି କଟକ ଏସିବି ମେଡିକାଲରୁ ଆରମ୍ଭ କରି ଗଞ୍ଜାମ ବ୍ରହ୍ମପୁର, ଦିଲ୍ଲୀ , ରାମଦେବ ବାବା ଙ୍କ ଆଶ୍ରମ  ହାଇଦ୍ରାବାଦ,କିମିସ ହସ୍ପିଟାଲ ଚାରିଆଡେ ବୁଲିବୁଲି ଏବେ ଲକ୍ଷ୍ମୀପ୍ରିୟା ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ହେଲେ ସ୍ବାମୀଙ୍କର ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି।ଅର୍ଥ ଅଭାବରୁ ଏବେ ଚିକିତ୍ସା ହୋଇପାରୁନାହିଁ।ଅର୍ଥ ଅଭାବରୁ ପୁଅ ଦେବାଶିଷ ପାଠପଢା ଅଧାରୁ ବନ୍ଦ କରିଥିବା ବେଳେ ଝିଅ ସମ୍ପର୍କୀୟଙ୍କ ଘରେ ରହି ପଢୁଛି।ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡୁଛି ଦୁଇ ଦମ୍ପତ୍ତିଙ୍କୁ ।ସପ୍ତାହକୁ ୧୨ ହଜାର ଟଙ୍କା ଦରକାର ଡାଏଲସିସି ପାଇଁ ।ଘରେ କରିଥିବା ଛୋଟିଆ ଦୋକାନ ରୁ ଯାହା ରୋଜଗାର ହେଉଛି ସେଥିରେ ଚାଲିଛି ପରିବାର। ସରକାରୀ କିମ୍ବା ବେସରକାରୀ ସ୍ତରରେ ଉକ୍ତ ପରିବାରକୁ ସହଯୋଗର ହାତ ବଢ଼ାଇବା ପାଇଁ ଲକ୍ଷ୍ମୀପ୍ରିୟା ଓ ରାଜୀବ ନିବେଦନ କରିଛନ୍ତି।                   ‌vo-2 ଛୋଟ ବୟସରୁ ବାପା ମା ହରେଇଥିବା ରାଜୀବ ଜୀବନ ସହ ସଂଘର୍ଷ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ତାଙ୍କର ୪ ପ୍ରାଣୀ କୁଟୁମ୍ବ ଙ୍କୁ ନେଇ ସୁନାର ସଂସାର ଆଗେଇ ଚାଲିଥିଲା ।ହଠାତ୍ ସୁନାର ସଂସାରରେ ଏଭଳି ଝଡ଼ ଆସିବ ବୋଲି କେଭେ ବିଶ୍ବାସ କରି ନଥିଲେ ପରିବାର ଲୋକ।ତେବେ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ସ୍ବାମୀଙ୍କୁ ଭଲ କରିବା ପାଇଁ ଏବେ ସଂଘର୍ଷ କରୁଛନ୍ତି।୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧାର କରଜ କରି ସାରିଲେଣି କିନ୍ତୁ ସ୍ବାମୀ ଭଲ ହେଉନାହାନ୍ତି ଜୀବନ ଏବେ ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡିଛି। ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଗ୍ରାମବାସୀ ମାନେ କିଛି ସାହାଯ୍ୟ ସହଯୋଗ କରିଛନ୍ତି।କିନ୍ତୁ ଏବେ ଅଧିକ ଟଙ୍କା ଦରକାର ଚିକିତ୍ସା ପାଇଁ ଏତେଗୁଡାଏ ଟଙ୍କା ଆଣିବା ସେମାନଙ୍କ ପାଖରେ ସମ୍ଭ ନୁହେଁ। ଜଦି କେହି ସହୃଦୟ ବ୍ୟକ୍ତି କିଡନୀ ପ୍ରତ୍ୟାରୋପଣ ପାଇଁ କିଡନୀ ଦାନ କରନ୍ତେ ତେବେ ରାଜୀବ ପୁଣି ପୂର୍ବଭଳି ବଞ୍ଚି ପାରନ୍ତେ ତେଣୁ ଗ୍ରାମବାସୀ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଏହି ଦୁଃଖୀ ପରିବାରକୁ ସହଯୋଗର ହାତ ବଢ଼ାଇବା ପାଇଁ। -  ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।

Post a Comment

0 Comments