ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ମଶାବାରୀ ମନ୍ଦିର ପ୍ରାଙ୍ଗଣ ସଫେଇ ।


 ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ  ପଞ୍ଚାୟତ ଅନ୍ତର୍ଗତ ମଶାବାରୀ ଗ୍ରାମରେ  ବିରାଜିତ ଶ୍ରୀ ଶ୍ରୀ   ନିଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣକୁ ଶନିବାର ମଶାବାରୀ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ସଫେଇ କରିଛନ୍ତି।ସ୍ଥାନୀୟ ସମିତିସଭ୍ୟ ବୁଲୁ ଯେନାଙ୍କ ନେତୃତ୍ୱ ଓ ମଶାବାରୀ ହାଇସ୍କୁଲର କ୍ରିଡ଼ା ଶିକ୍ଷକଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀମାନେ ମିଳିତହୋଇ ଆଗ୍ରହରସହ ମନ୍ଦିର ପରିସରର ବହୁଦିନର ଆବର୍ଜନାକୁ ପରିସ୍କାର କରିଥିଲେ।କାର୍ଯ୍ୟକ୍ରମରେ ମଶାବାରୀ ଗ୍ରାମ ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମହାନ୍ତି, ଅବସରପ୍ରାପ୍ତ ଇଂଜିନିୟର ବାଇଧର ସ୍ବାଇଁ, ସମାଜସେବୀ ଜଗନ୍ନାଥ ମହାନ୍ତି,ବିଜୟ ବେହେରା ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେଏହି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ମନ୍ଦିର ପରିସରକୁ ପରିସ୍କାର କରାଯିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯିବବୋଲି ସମିତିସଭ୍ୟ ବୁଲୁ ଜେନା କହିଛନ୍ତି। 

Post a Comment

0 Comments