ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୀବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ମହିପୁରୁ ପଞ୍ଚାୟତରେ ଆଜି ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମହିପୁରୁ ପଞ୍ଚାୟତର ସରପଞ୍ଚ ତ୍ରୀନାଥ ବେହେରା ଙ୍କ ନେତ୍ରୁତ୍ବରେ ଆସ ,ଅଙ୍ଗନବାଡି ,ବିଭିର୍ଣ୍ଣ ସ୍ୱୟଂସହାଇକ ଗୋଷ୍ଠୀର ମହିଳା ଯୋଗଦେଇ ଥିଲେ . ସ୍ୱଚ୍ଛତା ଉପରେ ଆଲୋଚନା କରିବା ସହିତ ମହୀପୁର ହାଇସ୍କୁଲ ଠାରୁ ପଂଚାୟତ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା . ସମାଜରେ ପରିବେଶ ପ୍ରଦୂଷଣ ହେବ ଦ୍ୱାରା ବିଭିର୍ଣ୍ଣ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଜନସାଧାରଣ ନାନା ବାୟୁବାହିତ ,ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି .
ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ପରିବେଶ ସ୍ୱଚ୍ଛତା ସହିତ ବର୍ଜ୍ୟବସ୍ତୁକୁ ଏଣେତେଣେ ନ ପକାଇ ଡ଼ସବିନ ବ୍ୟବହାର କରିବା .ଏହି ସବୁ ଉପାୟ ଅବଲମ୍ବନ କଲେ ନିଜେ ସୁସ୍ଥ ରହିବ ସହିତ ପରିବେଶ ସୁରକ୍ଷା ହୋଇପାରିବ . ବ୍ଲକ ସଂଯୋଜକ କାହ୍ନୁଚରଣ ବେହେରା ଯୋଗ ଦେଇ ଲୋକଙ୍କୁ ପରିମଳ ସହ ସମସ୍ତଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ବୁଝାଇଥୀଲେ ।
0 Comments