ସାହାରା ଜମାକାରୀ ମାନେ ଟଙ୍କା ଫେରି ନ ପାଇବାରୁ ଥାନାର ଦ୍ୱାରସ୍ଥ

 


ସାହାରା ଜମାକାରୀ କ୍ଷତିଗ୍ରସ୍ତ ସଂଘ ପକ୍ଷରୁ ମ୍ୟାନେଜର,ସାହାରା ଇଣ୍ଡିଆ , ଖୁଣ୍ଟୁଣି ଶାଖା ସ ମେତ ଆଇ ଆଇ ସି, ଖୁଣ୍ଟୁଣି ଥାନା, ଆଇ ଆଇ ସି,ଆଠଗଡ ଥାନା ଏବଂ ସାହାରା ଇଣ୍ଡିଆ ମ୍ୟାନେଜର,ଇଚ୍ଛାପୁର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରା ଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।ଦାବିପତ୍ର ଗ୍ରହଣ କରିବାର ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବା ସହ ଆନ୍ଦୋଳନ କାରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସଂଘ ପକ୍ଷରୁ ଖୁଣ୍ଟୁଣିସ୍ଥିତ  ମହାଦେବ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଶେଷଭାବେ ଆଲୋଚନା ହେବାପରେ କ୍ଷତିଗ୍ରସ୍ତ ଉପଭୋକ୍ତା ମାନେ ଏକ ଶୋଭାଯାତ୍ରାରେ ଯାଇ ଖୁଣ୍ଟୁଣି ଥାନାରେ ସ୍ମାରକ ପତ୍ର ଦେଇଥିଲେ। ସୂଚନା ଯୋଗ୍ୟ ଯେ ସାହାରା ଇଣ୍ଡିଆ ପାଖ୍ୟରୁ ଖୁଣ୍ଟୁଣି ରେ ଏକ ଶାଖା ଖୋଲାଯାଇ ଏଜେଣ୍ଟ ମାନଙ୍କ ଦ୍ଵାରା ଜମା ଟଙ୍କା ଆଦାୟ ହେଉଥିଲା।  ଶହ ଶହ ଜମାକାରୀ ଏହି ଶାଖାରେ ଅର୍ଥ ରଖୁଥିଲେ। ଉପଭୋକ୍ତା ମାନେ ନିଜ ନିଜ ଭବିଷ୍ୟତ କାମ ପାଇଁ ଏହି ଶାଖାରେ ଅର୍ଥ ରଖୁଥିଲେ। କିଏ ଝିଅ ବିବାହ ପାଇଁ ତ କିଏ ପୁଅକୁ ପାଠ ପଢା ଇବା ପାଇଁ ଏମିତି ନିଜ ନିଜ ଭବିଷ୍ୟତ କାମରେ ଲଗାଇବା ପାଇଁ ଅର୍ଥ ରଖୁଥିଲେ।ଏମିତିରେ ବହୁ ଜମାକାରୀଂକ ମିଆଦ(ମ୍ୟାଚୁରିଟ)ଅବଧି ଶେଷ ହେବା ପରେ ସେମାନଙ୍କ ଟଙ୍କା ଦେବା ନାଁ ଗନ୍ଧ ଧରୁନି ସାହାରା କମ୍ପାନୀ। ଟଙ୍କା ଆଦାୟ ବେଳେ ସ୍ଥାନୀୟ ଏଜେଣ୍ଟ ମାନେ ଜମାକାରୀ ମାନଙ୍କୁ ନା ନା ପ୍ରତିଶ୍ରୁତି ଦେଇ ଲୋକ ମାନଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ଏପରିକି ନିରୀହ ଲୋକ ମାନଙ୍କ ଘରକୁ ଯାଇ ଟଙ୍କା ଆଦାୟ କରିଥିଲେ। ଇତି ମଧ୍ୟରେ ଟଙ୍କା ଫେରି ପାଇବାର ଆଶା ଦେଖାଇ ଏଜେଣ୍ଟ ମାନେ କିଛି ଜମାକାରୀଂକ ଠାରୁ ବଣ୍ଡ ପେପର ଫେରାଇ ନେବାରେ ସଫଳ ହୋଇଛନ୍ତି। ଫଳରେ ଅନେକ ଜମାକାରୀଂକ ନିକଟରେ ଏବେ ପ୍ରମାଣ ପତ୍ର ନାହିଁ। ଏମିତି ଚଞ୍ଚକତା କରି ସାହାରା ଇଣ୍ଡିଆ କମ୍ପାନୀ ଉକ୍ତ ଅଞ୍ଚଳରୁ କୋଟି କୋଟି ଟଙ୍କା ଆଦାୟ କରିଥିଲେ ମଧ୍ୟ ଜମାକାରୀଂକ ଟଙ୍କା ଫେରାଇବାକୁ ଧରା ଛୁଆଁ ଦେଉନି। ଶାଖା ମ୍ୟାନେଜରଙ୍କ ଦେଖା ମିଳୁ ନଥିବା ବେଳେ ଶାଖା ଖୋଲିବାରେ ମଧ୍ୟ ନିଶ୍ଚିତତା ନାହିଁ। ଫଳରେ ଶହ ଶହ ଜମାକାରୀ ଏବେ ସେମାନଙ୍କ ଟଙ୍କା ଫେରି ପାଇବାର ଆଶା ବାନ୍ଧି ବସିଛନ୍ତି।                      ଅଠାଗଡରୁ ମହେଶ ଦାସ ଙ୍କ ରିପୋର୍ଟ       

Post a Comment

0 Comments