ସ୍ବର୍ଗତ ଡ଼ଃ ମନୋରମା ମହାପାତ୍ରଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଅନାବରଣ ସମାରୋହ


 ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ପରିସରରେ ସାହିତ୍ୟିକା ତଥା ସାମ୍ବାଦିକା ସ୍ବର୍ଗତ ଡଃ ମନୋରମା ମହାପାତ୍ରଙ୍କ  ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଅନାବରଣ  ସମାରୋହ ଅନୁଷ୍ଠିତ ହୋଇ ଯାଇଛି।ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି,କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଉଦ୍ଘାଟକ ଭାବେ ଯୋଗଦେଇ ଥିବା ବେଳେ କଟକ ସାଂସଦ ଭତ୍ରୁ ହରି ମହତାବ ମୁଖ୍ୟ ଅତିଥି,ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ବକ୍ତା, ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ,ଆଠଗଡ ଉପ ଜିଲାପାଳ ହେମନ୍ତ କୁମାର ସ୍ବାଇଁ,ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟାବୈଜ୍ଞାନିକ ଜ୍ଞାନ ରଞ୍ଜନ ଦାସ ପ୍ରମୁଖ  ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମନୋରମାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। କଲେଜ୍ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର,ସଂଗୀତା ମହାପାତ୍ର, ଡ଼ଃ ରାଧାନାଥ ରଥ ସ୍ମୃତି କମିଟି ସଭାପତି ଅଶୋକ କୁମାର ପଟ୍ଟନାୟକ,ଆବାହକ ସୁଧିରଞ୍ଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।  ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ

Post a Comment

0 Comments