୧୨ ଆହତ; ୩ ଗୁରୁତର ଙ୍କୁ କଟକ ସ୍ଥାନାନ୍ତର
ଆଠଗଡ ଉପଖଣ୍ଡ କାନପୁର ଥାନା ଅଧିନ ପଦାମାଳ ଗାଁରେ ଘଟିଛି ଏକ ବଡ଼ ଅଘଟଣ। ପଦାମାଳ ଗାଁର ଦଣ୍ଡୁଆ ସାହୁ ଙ୍କର ଚାଳ ଛପର ଥିବା ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ମାଧ୍ୟମରେ ରୋଷେଇ କାର୍ଯ୍ୟ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। କିଛି ସମୟ ପରେ ଅଧା ଜଳିଯାଇଥିବା ଗ୍ୟାସ ଟାଙ୍କି ଟି ରେ ପାଣି ପଡିବା ମାତ୍ରେ ଗ୍ୟାସ ଟାଙ୍କି ରେ ଥିବା ଗ୍ୟାସ ସହ ସିଲିଣ୍ଡର ଦ୍ୱିତୀୟ ବାର ହଠାତ ଉପରକୁ ଉଠି ଯାଇଥିଲା। ଘଟଣା ସ୍ଥଳରେ ଥିବା ଲୋକମାନଙ୍କ ଦେହ ରେ ତତଲା ଗ୍ୟାସ ଛିଟିକି ପଡି ଯାଇଥିଲା। ସେହି ସ୍ଥାନ ରେ ଥିବା ୨୦ ରୁ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟ ରୁ ପାଖାପାଖି ୧୫ ଆହତ ହୋଇଥିଲେ, ସେଥିମଧ୍ୟରୁ ୧୨ଜଣ ଆହତଙ୍କୁ ସଂଗେ ସଂଗେ ଜରୁରୀ କାଳୀନ ୧୦୮ ଆମ୍ବୁଲାନ୍ସ ଓ ବାଲିଝରି ଦମକଳ ବାହିନୀ ସହାୟତା ରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣ ଅତି ଗୁରୁତର ହେବାରୁ ତାଙ୍କୁ କଟକ ପଠା ଯାଇଥିବା ସୂଚନା ମିଳିଛି। ନିଆଁ ଲାଗିଥିବା ସ୍ଥାନ ରେ ରହି ନିଆଁ ଲିଭାଉଥିବା କାଳିଆ ବାରିକ,ବିଶ୍ୱମ୍ଭର ନାୟକ ଓ ସୂର୍ଯ୍ୟମଣି ଜେନା ୩ଜଣ ଅତି ଗୁରୁତର ହୋଇଥିବାରୁ ଦାୟିତ୍ୱ ରେ ଥିବା ଜଣେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ। ଖବରପାଇ ବାଲିଝରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। କାନପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ସୂଚନା ଦେଇଛନ୍ତି। ଆଠଗଡରୁ ମହେଶ ଦାସ ଙ୍କ ରିପୋର୍ଟ
0 Comments