ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ

 ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ


, ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ ଆଠଗଡ଼ ତହସିଲ ବଳିପୁର ମୌଜା ଖାତା ନମ୍ବର ୬୧ ଓ ପ୍ଲଟ ନମ୍ବର ୧୪୬ ଓ ୧୫୨ ରେ ଵେଆଇନ ଦଖଲ ରେ ଥିବା ୩୮ଏକର ଗୋଚର ଜମିରେ ବେଆଇନ ଭାବେ ଦୁଇ ଦୁଇଟା ଟ୍ରାନ୍ସଫର୍ମର ଲାଗିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୁମାରପୁର ଗ୍ରାମପଞ୍ଚାୟତ ର ଅଧିବାସୀ। ଏହି ମର୍ମରେ ଆଜି ଯୁବ ସଂଗଠକ ଅଭୟ ବାରିକ ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଆଠଗଡ ବିଦ୍ୟୁତ୍ ବିଭାଗରେ ଏକ ସ୍ମାରକ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଏହି ଗୋଚର ଜମି କୁ ଆଠଗଡ଼ ପଞ୍ଚାୟତ ସମିତି ର ପୁର୍ବତନ ଅଧ୍ୟକ୍ଷ ତଥା ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କ ସମର୍ଥକ ଵେଆଇନ ଭାବରେ ଦଖଲ କରି ଏକ ଫାର୍ମ ହାଉସ ନିର୍ମାଣ କରିଛନ୍ତି।ସେହି ଫାର୍ମ ହାଉସ କୁ ବିଦ୍ୟୁତ୍ ସଂଯୋଗ ଦେବାକୁ ଟାଟା ପାୱାର କର୍ତ୍ତୃପକ୍ଷ ନୀତି ନିୟମ କୁ ଜଳାଞ୍ଜଳି ଦେଇ ଏହି ବିବାଦୀୟ ଗୋଚର ଜମିରେ ଦୁଇ ଦୁଇଟା ଟ୍ରାନ୍ସଫର୍ମର ପ୍ରତିଷ୍ଠା କରିଛନ୍ତି।ମନ୍ତ୍ରୀ ରଣେନ୍ଦ୍ର ଙ୍କ ଚାପରେ ଏଭଳି ଵେଆଇନ କାର୍ଯ୍ୟକୁ ପ୍ରଶାସନ ଵିରୋଧ କରୁନାହିଁ। ଆଜି ଯୁବ ସଂଗଠକ ଅଭୟ ବାରୀକ ଙ୍କ ନେତୃତ୍ୱରେ କୁମାରପୁର ଗ୍ରାମପଞ୍ଚାୟତ ର ବାସିନ୍ଦା ମାନେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଦାବିପତ୍ର ଆଠଗଡ଼ ଟାଟା ପାୱାର ର ନିର୍ବାହୀଯନ୍ତ୍ରୀ ପବିତ୍ରକୁମାର ସାହଙ୍କୁ ପ୍ରଦାନ କରିଛନ୍ତି।ଆଗାମୀ ୭ ଦିନ ମଧ୍ୟରେ ତଦନ୍ତ କରି ବିବାଦୀୟ ଜାଗାରୁ ବିଜୁଳି ଟ୍ରାନ୍ସଫର୍ମର ଅପସାରଣ କରାନଗଲେ ଗ୍ରାମବାସୀମାନେ ଆଠଗଡ଼ ଟାଟା ପାୱାର କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।ଅଭୟଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ କବି ସାହୂ,ପ୍ରଦୀପ୍ତ ସାହୂ,ପ୍ରତାପ ନାୟକ,ରବୀନ୍ଦ୍ର ସାହୂ,ସୁନୀଲ ସୁତାର ଓ ଯୁବ ସମାଜ ସେବୀ ସରୋଜ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments