ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁକୁ ତିଗିରିଆ ଥାନା ପୁଲିସ ଗିରଫ କରିଛି । ଜିତୁ ଘଟଣା ପରଠାରୁ ଫେରାର ଥିଲା। ପୁଲିସ୍ ଘଟଣାର ତନାଘନା କରି ଅଭିଯୁକ୍ତକୁ ନରସିଂହପୁର ଥାନା ଅନ୍ତର୍ଗତ ଋଷିପଡ଼ା ରେ ଥିବା ଏକ କୁକୁଡ଼ା ଫାର୍ମ ରୁ ଗିରଫ କରିଥିବା ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମଳନୀ ରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ସୁକୁଟା ମଲ୍ଲିକ,ମିହିର ମଲ୍ଲିକ,ଚନ୍ଦନ ମଲ୍ଲିକ ଓ ରାଜୁ ମଲ୍ଲିକ।ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସ ୭ ତାରିଖରେ ଭିରୁଡା ରେ ଲକ୍ଷ୍ମଣ ଦେହୁରୀ ଓ ଶରତ ଦେହୁରୀ ନାମକ ଦୁଇ ଭାଇଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଅଭିଯୁକ୍ତ ମାନେ ନିର୍ମମ ଭାବେ ଟ୍ରକ ଚପାଇ ହତ୍ୟା କରିଥିଲେ। ପ୍ରଥମେ ମୃତକ ଦୁଇ ଭାଇଙ୍କୁ ଅଭିଯୁକ୍ତ ମାନେ ମାରଣାସ୍ତ୍ର ରେ ଆକ୍ରମଣ କରିବା ପରେ ତାଙ୍କ ଉପରେ ଟ୍ରକ ଚଢାଇ ଥିଲେ।ଏଭଳି ଲୋମହର୍ଷଣ କାରୀ ଘଟଣା ସମ୍ପର୍କରେ ତିଗିରିଆ ଥାନାରେ ଅଭିଯୋଗ ହେବା ପରେ ତିଗିରିଆ ଥାନା ଆଇ ଆଇ ସି ସୁଚିତ୍ରା ଜେନା ଘଟଣାର ତଦନ୍ତ କରି ଘଟଣାରେ ଅଭିଯୁକ୍ତ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ କୁ ଆଜି ଗିରଫ କରି କୋର୍ଟ ଚାଲଣ କରିଛି । ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments