ବାଲିଗୁଡ଼ା ପୋଲିସ ସ୍ଥାନୀୟ ହନୁମାନ ମନ୍ଦିର ନକଟରୁ ବ୍ରାଉନ୍ ସୁଗାର ସହ ଦୁଇ ମାଫିଆ ଙ୍କୁ ଗିରଫ କରିଛି ।

 


ବାଲିଗୁଡ଼ା ପୋଲିସ ସ୍ଥାନୀୟ ହନୁମାନ ମନ୍ଦିର ନକଟରୁ ବ୍ରାଉନ୍ ସୁଗାର ସହ ଦୁଇ ମାଫିଆ ଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 05 ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ ହୋଇଛି । ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ ରେଡ୍ଡୀ ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରି ବ୍ରାଉନ ସୁଗାରମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଭୂବନେଶ୍ବର ସୁନ୍ଦରପଦା ଅଞ୍ଚଳର ଇମ୍ରାନ ଖାନ (23 ବର୍ଷ )ହୋଇଥିଲା ବେଳେ ଓ ଅନ୍ୟ ଜଣେ ବାଲିଗୁଡ଼ା ଥାନା ଡୁମୁଡ଼ି ସାହି ଅଞ୍ଚଳର ଶେଖ୍ ନୟାବ ଅକ୍ତର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ତହସିଲଦାର ବିରେନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ 05 ଗ୍ରାମ ବ୍ରାଉନ ସୁଗାର ଜବତ କରି କେସ ନଂ-205/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିଗୁଡ଼ା ପୋଲିସ୍। ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments