ଚରିତ୍ର ଦର୍ଶନ - ସୁଭାଷ ଚନ୍ଦ୍ର ବୋଷ



ମାତୃଭୂମି ପାଇଁ ଅନେକ କ୍ରାନ୍ତିବୀରମାନେ ବଳୀଦାନ ଦେଇଛନ୍ତି। ନିଜର ସର୍ବସ୍ୱ ଦେଶପାଇଁ ଅର୍ପଣ କରିଛନ୍ତି। ଏପରି ମହତ୍ୱପୂର୍ଣ୍ଣ ଚରିତ୍ର ମାନଙ୍କ ମଧ୍ୟରୁ ଗୋଟିଏ

ଚରିତ୍ର ଅର୍ଥାତ୍‍ ସୁଭାଷ ଚନ୍ଦ୍ର ବୋସ।

- “ ତୁମ ମୁଝେ ଖୁନ ଦୋ,ମୈ ତୁମହେ ଆଜାଦୀ ଦୁଙ୍ଗା ” ଏପରି ଘୋଷଣା କରିବାବାଲା କ୍ରାନ୍ତିବୀର ସୁଭାଷ ଚନ୍ଦ୍ର ବୋସଙ୍କର ଜନ୍ମ ରାୟ ବାହାଦୁର ଜାନକୀ

ନାଥଙ୍କ ଘରେ ଜାନୁୟାରୀ ୧୮୯୭ରେ ହୋଇଥିଲା। ତାଙ୍କର ମାତାଙ୍କ ନାମ ପ୍ରଭାଦେବୀ। ଯେ ସଦଗୁଣୀ,ସଂସ୍କାରୀ ଏବଂ ଧର୍ମ ପରାୟଣ ନାରୀ ଥିଲେ।

- ସେ କହୁଥିଲେ , “ସାତ ସାତ ଜନ୍ମ ଧାରଣ କରିବାକୁ ପଡୁ ପଛେ କିନ୍ତୁ ରାକ୍ଷସଙ୍କ ସଦୃସ୍ୟ ଇଂରେଜମାନଙ୍କ ସହିତ ମୋର ଯୁଦ୍ଧ ହିନ୍ଦୁସ୍ତାନରୁ ଇଂରେଜମାନେ

ଚାଲି ଯାଇନାହାନ୍ତି ସେ ପର୍ଯ୍ୟନ୍ତ ପୂର୍ଣ୍ଣ ହେବ ନାହିଁ। ” ଏପରି ଗୁଣ ତାଙ୍କର ରକ୍ତରେ ଉତ୍‍କ୍ରାନ୍ତ ହୋଇଥିଲା।

୧) ଅଭୟତ୍ୱ:

- ଜର୍ମାନୀରୁ ଅଭୟତ୍ୱର ସନ୍ଦେଶ:- ଯେତେବେଳେ ସୁଭାଷ ବାବୁ ଇଂରେଜ ମାନଙ୍କ ନଜର ବନ୍ଦୀମଧ୍ୟରୁ ପଳାୟନ କଲେ ଏବଂ ଦିନେ ସକାଳର ରେଡିଓରେ

ସମସ୍ତଙ୍କୁ ସମାଚାର ମିଳିଲା - “ମୋର ଦେଶବାସୀଗଣ, ମୋର ଭାରତୀୟ ଭାଇ ଓ ଭଉଣୀମାନେ , ମୁଁ ଏଠାର ଠିକଠାକ(ସଲାମତ) ଅଛି,ଚିନ୍ତା କରନ୍ତୁ

ନାହିିଁ। ସୁଭାଷଙ୍କୁ ବନ୍ଦୀକରିପାରିବ ଏପରି ଜେଲ ଆଜି ପର୍ଯ୍ୟନ୍ତ ବ୍ରିଟିଶ ସରକାର ତିଆରି କରିପାରିନାହାନ୍ତି।ମୁଁ କଲିକତାରୁ ଜର୍ମାନୀ କିଭଳି ଆସିଲି ଏହା

ମହତ୍ୱପୂର୍ଣ୍ଣ କଥା ନୁହେଁ ବରଂ ମହତ୍ୱପୂର୍ଣ୍ଣ ଏହା ଅଟେ ଯେ ଅଭୟତ୍ୱ ପ୍ରାପ୍ତକରିବା ପାଇଁ ଭୟକୁ ହଟାଇ ଦିଅନ୍ତୁ। ଅଭୟ ହୁଅନ୍ତୁ ଏବଂ ସେହି ସଢିଯାଇଥିବା

ଅଂଶକୁ ଫୋପାଡି ଦିଅନ୍ତୁ।” ଏପରି ଅଭୟତ୍ୱ ତାଙ୍କର ଜୀବନରେ ବାଲ୍ୟକାଳରୁ ହିଁ ଦେଖାଯାଇଥାଏ।ସୁଭାଷ ଚନ୍ଦ୍ର ବୋସ , ସିଂହ ବାଳକ ଥିଲେ ତାଙ୍କ

ମଧ୍ୟରେ ଦୃଢପ୍ରତିକାର ଶକ୍ତି ଥିଲା।

- କଲେଜ ପ୍ରସଙ୍ଗ : - କଲିକତା ପ୍ରସିଡେନସି କଲେଜରେ ପଢ଼଼ୁଥିଲେ- ଇଂରେଜ ପ୍ରଫେସର ଓର୍ଟନ କହିଲେ, “ୟୁ ରାସ୍କଲ.....ବ୍ଲାକ ଇଣ୍ଡିଆନ”।ଏହା

ଶୁଣିବା ମାତ୍ରେ ହିଁ ପ୍ରଫେସରଙ୍କର ବାମ ଗାଲରେଏକ ଜୋରଦାର ଚାପୁଡା ପଡ଼ିଲା। ଜାବୁଡା ଦ୍ୱାରା ରକ୍ତ ଠପ ଠପ ହୋଇ ପଡ଼ିବାକୁ ଲାଗିଲା। ସୁଭାଷ ବାବୁ

ପ୍ରଫେସରଙ୍କୁ କହିଲେ , “ ଇଂରେଜ ବାଳକ, ଆଜି ତ ତୁମକୁ ଗୋଟିଏ ହିଁ ଚାପୁଡା ପଡ଼ିଛି, ଆଗକୁ କୌଣସି ଦିନ ଗାଳି ଦେବେ ତ .... କାଳୀ ମାତାଙ୍କ ରାଣ

ଜିବନରୁ ମାରିଦେବି ”- ପୁଣି ଅନ୍ୟ ବିଦ୍ୟାର୍ôଥ ମାନଙ୍କୁ କହିଲେ - “ ମନେରଖିବ ଯେ ଗୁରୁ ସର୍ବଦା ଗୁରୁ ଅଟନ୍ତି, ସେ ପୂଜନୀୟ ଅଟନ୍ତିା ଦେବ ସମାନ ଅଟନ୍ତି କିନ୍ତୁ

ସେ ସଦଗୁରୁ ହେବା ଆବଶ୍ୟକ। ଛୁତ- ଅଛୁତର ଭେଦ ଭାବ ବା ଗୋରା କଳାର ପାଚେରୀ ଠିଆ କରାଇବା ଏହା ଗୁରୁଙ୍କୁ ଶୋଭା ଦେଇନଥାଏ।”- ପ୍ରଫେସର

ଯେ ପର୍ଯ୍ୟନ୍ତ କ୍ଷମା ମାଗିନଥିଲେ ସେ ପର୍ଯ୍ୟନ୍ତ ହଡତାଲ କଲେ।

୨) ଦେଶପ୍ରେମ:

- ଆଇ.ସି.ଏସର ତ୍ୟାଗ: - ତାଙ୍କ ପିତାଜୀଙ୍କର ଇଚ୍ଛାଥିଲା ଯେ ସୁଭାଷ କୈମ୍ବ୍ରିଜ ୟୁନିଭରର୍ସିଟିକୁ ଯାଇ ଆଇ.ସି.ଏସ ହୋଇଯାଆନ୍ତୁ ଏବଂ ସିଭିଲି

ସରଭ୍ୟାଂଣ୍ଟ ହୋଇଯାଆନ୍ତୁ। ସୁଭାଷ କହିଲେ “ମୋତେ ସବୁକିଛି ମଞ୍ଜୁର ଅଛି।ଦୁଃଖ,ଦର୍ଦ,ଯାତନା, ସବୁ ସହନ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି କେବଳ

ଗୋଲାମୀ ମୋତେ ଅପ୍ରିୟ ଅଟେ।ମୁଁ ବନ୍ଧନ ମଧ୍ୟରେ ବଞ୍ଚିପାରିବି ନାହିଁ।” କିନ୍ତୁ ପିତାଜୀଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଅନିଚ୍ଛା ସତ୍ୱେ ଇଂଲଣ୍ଡ ଗଲେ।

ସେତେବେଳେ ସୁଭାଷଙ୍କର ବୟସ ୨୨ବର୍ଷର ଥିଲେ। ସୁଭାଷଙ୍କୁ ଏହା ମଧ୍ୟରେ ଗୋଟିଏ ପରେ ଗୋଟିଏ ଭେଦିବା ଭଳି ସମାଚାର ମିଳିଚାଲିଲା ଏବଂ

ତାଙ୍କର ରୋମ ରୋମ ପ୍ରତିଶୋଧରେ ଜଳିବାକୁ ଲାଗିଲା। ଗୋଟିଏ ଝଟକାରେ ସେ ୟୁନିଭରର୍ସିଟି ଛାଡିଦେଲେ ଏବଂ ଆଇ.ସି.ଏସର ତ୍ୟାଗ କରିଦେଲେ।

- ସ୍ୱରାଜ୍ୟ ପକ୍ଷର ସ୍ଥାପନା: - “ସାଇମନ କମିସନ ” ହିନ୍ଦୁସ୍ଥାନ ଆସିଲା ସେତେବେଳେ ସୁଭାଷ ଉଚ୍ଚ ସ୍ୱରରେ କହିଲେ “ମାତୃଭୂମିର ସ୍ୱାଧିନତା ଠାରୁ କମ

କିଛିବି ଆମକୁ ଦରକାର ନାହିଁ।ସମ୍ପୂର୍ଣ୍ଣ ସ୍ୱରାଜ (ମୁକମ୍ମିଲ ଆଜାଦୀ)ଏହା ଆମର ମନୋକାମନା ଅଟେ ଏବଂ ଆମର ରକ୍ତ ସିଞ୍ଚିକରି ସ୍ୱାତନ୍ତ୍ର୍ୟ ପ୍ରାପ୍ତକରିକି ହିଁ

ଅଟକିବୁ ”। ରାଜକୀୟ ସଂଗ୍ରାମରେ ସୁଭାଷ ବାବୁ ପ୍େର ବଶ କଲେ ଏବଂ ଅଳ୍ପହିଁ ସମୟ ମଧ୍ୟରେ ସେ ବଙ୍ଗାଲ ଯୁବାନେତା ହୋଇଗଲେ ଏବଂ ଦେଶବନ୍ଧୁ

ଚିତରଞ୍ଜନ ଦାସଙ୍କ ସହିତ ରହିକରି ସ୍ୱରାଜ୍ୟ ପକ୍ଷର ସ୍ଥାପନା କଲେ।କଲିକତାର ମହାନଗର ପାଳିକାରେ ଜିତିକରି ଉତ୍କୃଷ୍ଟ କାରବାର ସମ୍ବନ୍ଧୀ କୌସଲ୍ୟ

ଦେଖାଇଲେ।ସ୍ପଷ୍ଟ ବକ୍ତା ଏବଂ ଜ୍ୱଳନ୍ତ ବିଚାରଧାରା ବାଲା ସୁଭାଷ ଚନ୍ଦ୍ରଙ୍କର ଜାଗୃତ ସମ୍ପର୍କ ଦ୍ୱାରା କେବଳ ଦଶ ବର୍ଷ କାଳ ମଧ୍ୟରେ ସମ୍ପୂଣ୍ଣ ରାଷ୍ଟ୍େର ର ପ୍ରବୃତି

ବିକଶିତ ହେଲା।

- ଭାରତରୁ ପଳାୟନ: - କ୍ରାନ୍ତିକାରୀ ବିଚାରଧାରା ବାଲା ହେବା ସତ୍ୱେ ମଧ୍ୟ ଅହିଂସକ ବିଚାରାଧାରା ଯୁକ୍ତ କଂଗ୍ରେସର ହରିପୁର ଅଧିବେସନର ତାଙ୍କୁ ପ୍ରମୁଖ

କରାଗଲା।ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ତାଙ୍କର ପଦ୍ଧତି କାରଣରୁ ଲୋକ କ୍ରାନ୍ତି ଆହୁରି ଅଧିକ ବଢ଼଼ିବାକୁ ଲାଗିଲା ତାହା ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ଏବଂ ଇଂରେଜ ସରକାର ସୁଭାଷଙ୍କୁ ନଜର ବନ୍ଦୀ କରିଦେଲେ।କିନ୍ତୁ ସୁଭାଷ ବାବୁ ସେଠାରୁ ପଳାୟନ କଲେ।

ଊଓଠଓଘଋ ଈଜଇଓଘ ଞଜଟଝଞ/ ଣଟଠଇ କଋଘଊଜଇ

୩) ନେତାଜୀ :

- ଜର୍ମାନୀ: - ସେ ଯେତେବେଳେ ବର୍ଲୀନ ପହଞ୍ଚିଲେ ସେତେବେଳେ ତାହା ବିଶ୍ୱଯୁଦ୍ଧର ମଧ୍ୟବର୍ତି କାଳଥିଲା।ସେ ସମୟରେ ମଧ୍ୟ ଅସାଧାରଣ ଇଚ୍ଛାଶକ୍ତି ଏବଂ

ଚାରିତ୍ର୍ୟର ପ୍ରମାଣିକ (ସଚ୍ଚାଇ)ଯୁକ୍ତ ସୁଭାଷ ଚନ୍ଦ୍ର ତ ଜର୍ମାନୀର ଭୂମିରେ ଭାରତର ସ୍ୱତନ୍ତ୍ରତା ପାଇଁ ପ୍ରବୃତି ସବୁ ଆମ୍ଭର କରିଦେଲେ। ଜର୍ମାନୀ ସରକାରଙ୍କ

ସହଯୋଗ ପାଇଁ ସ୍ୱଦେଶର ଅସ୍ମିତାର କେବେ ସୌଦା କଲେ ନାହିଁ। ଓଲଟା ହିଟଲରଙ୍କ “ମାଇନକାଂଫ”ନାମକ ପୁସ୍ତକରେ ଭାରତୀୟମାନଙ୍କ ଆପତିଜନଙ୍କ

ଉଲ୍ଲେଖ ଅଛି।ଏହା ସମ୍ବନ୍ଧରେ ବିରୋଧ ମଧ୍ୟ ଦର୍ଶାଇଥିଲେ।

- ଆଜାଦ ହିନ୍ଦ ଫୌଜ(ଓଦ୍ଭୟସବଦ୍ଭ ଘବଗ୍ଧସକ୍ଟଦ୍ଭବକ୍ଷ ଇକ୍ସଜ୍ଞଚ୍ଚ) ର ସ୍ଥାପନା: - ସେ ହିଟଲରଙ୍କୁ ସ୍ପଷ୍ଟ ଶବ୍ଦରେ କହିଲେ ଯେ ମୋତେ ଏହି ଯୁଦ୍ଧରେ କୌଣସି ରୁଚି ନାହିଁ

ମୋତେ ମୋର ମାତୃଭୂମିର ସ୍ୱାଧିନତାରେ ରୁଚି ରହିଛି। କୁହ ତୁମେ ମୋତେ ସହାୟତା କରିପାରିବ? ଯୁଦ୍ଧ ମଧ୍ୟରେ ଲୀବିୟାରେ ବ୍ରିଟିଶ ସେନା ପଛକୁ

ହଟିଲେ ଏବଂ ୨୭୦୦୦ ହିନ୍ଦୀ ସ÷ନିକ ମାନଙ୍କର ସେନା ଜର୍ମାନୀକୁ ଦେଇଦେଲେ।ହିଟଲର ଏହି ସେନା ସୁଭାଷଙ୍କ ଅଧିନକୁ ଦେଇଦେଲେ ଏତେ ଜବରଦସ୍ତ

ତେଜସ୍ୱୀ ଚରିତ୍ର ଯିଏ ହିଟଲର ଭଳି ବ୍ୟକ୍ତିଙ୍କ ପାଖରୁ ମଧ୍ୟ ତାଙ୍କରି ଉପରେ ନିଜର ସର୍ତ ସହିତ ସୈନ୍ୟ ପ୍ରାପ୍ତ କରିପାରିଲେ। ଯୁଦ୍ଧ କଏଦି ମାନଙ୍କ ମଧ୍ୟରୁ

ଆଜାଦ ହିନ୍ଦ ଫୌଜ(ଓଦ୍ଭୟସବଦ୍ଭ ଘବଗ୍ଧସକ୍ଟଦ୍ଭବକ୍ଷ ଇକ୍ସଜ୍ଞଚ୍ଚ)ର ସ୍ଥାପନା ହେଲା।ତାହାର କମାଣ ସୁଭାଷ ବାବୁଙ୍କୁ ଅର୍ପଣ କରାଗଲା। ଏକଦା ,ଶ୍ରଦ୍ଧା ଏବଂ ବଳୀଦାନ

ଏହି ତିନି ଶୁତ୍ର ଉପରେ ସମ୍ପୂର୍ଣ୍ଣ ସେନା ଠିଆ କଲେ। ଏହି ଫୌଜ ତାଙ୍କୁ ‘ନେତାଜୀ’ ଏହି ପ୍ରିୟ ନାମ (ୟହ ପ୍ୟାରାସା ନାମ) ଦେଲେ।

୪) ସଂଗଠନ କୌଶଲ୍ୟ:

- ଶହୀଦ ଏବଂ ସ୍ୱରାଜ: - ସେହି ସମୟରେ ଜାପାନ ବିଶ୍ୱ ଯୁଦ୍ଧରେ ପ୍ରବେଶ କଲା। ୭ ନଭେମ୍ବର ୧୯୪୩ ରେ ଜାପାନ ଆଜାଦ ହିନ୍ଦ ସରକାରଙ୍କୁ ଆଣ୍ଡାମାନ ଏବଂ

ନିକୋବର ଟାପୁ ଅର୍ପଣ କରିବା ଜାହିରକଲେ। ପୋର୍ଟବ୍ଲେୟାର ଉପରେ ତ୍ରିରଙ୍ଗା ଉଡାଇବା ସମୟରେ ନେତାଜୀ ସେହି ଟାପୁକୁ ଶହୀଦ ଏବଂ ସ୍ୱରାଜ ନାମ

ଦେଲେ।

- ଲୋକପ୍ରିୟ ନେତା: - ତାହା ପରେ ନେତାଜୀ ରଙ୍ଗୁନରେ ଆଜାଦହିନ୍ଦ ଫୌଜର ବିସ୍ତାର କଲେ। ଅଲଗା ଅଲଗା ପ୍ରାନ୍ତମାନଙ୍କରେ ବୈଠକ ପାଇଁ , ବୀର ରସ

ଭରା ଭାଷଣ ଦେଲେ।ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦପାଇଁ ଧନ,ଜୀବନ ଦେବା ପାଇଁ ପ୍ରସ୍ତୁତ କଲେ। ଧନବାନ ଧନ ଦାନକରିବାକୁ ଲାଗିଲେ।ନେତାଜୀଙ୍କ

ସ୍ୱର୍ଣ୍ଣତୁଳା ହେଲା ତ ଭଉଣୀମାନେ ନିଜର ସୌଭାଗ୍ୟର ଆଭୁଷଣ ଦେଇଦେଲେ। ଏହିଭଳି ବ୍ୟକ୍ତି ଏବଂ ବୀର ଦ୍ୱାରା ନେତାଜୀ‘ଆଜାଦହିନ୍ଦ ଫୌଜ’କୁ

ମଜଭୁତ କଲେ।

୫) ସମାପନା:

- ସୁବାଷ ବାବୁ ଏବଂ ଗାନ୍ଧୀଜୀ: - ସୁଭାଷ ବାବୁଙ୍କ ମତ ଗାନ୍ଧୀଜୀଙ୍କ ମତଠାରୁ ଭିନ୍ନ ଥିଲା।କିନ୍ତୁ ଉଭୟଙ୍କର ଲକ୍ଷ୍ୟ ଦେଶର ସ୍ୱାଧିନତା ଥିଲା। ସ୍ୱାତନ୍ତ୍ର୍ୟ ଦେବୀଙ୍କୁ

ପ୍ରସନ୍ନ କରିବା ଥିଲା। ସେ ସ୍ପଷ୍ଟ ଘୋଷଣା ସହ କହିଥିଲେ ଯେ “ମୋର ଏବଂ ଗାନ୍ଧୀଜୀଙ୍କ ମତରେ ଫର୍କ ରହିଛି।ଏଥିପାଇଁ ତାଙ୍କ ଦୃଷ୍ଟିରେ ସେ ଯେଁଉ କାର୍ଯ୍ୟ

କରୁଛନ୍ତି ତାହା ଠିକ ହିଁ ଅଟେ ,କିନ୍ତୁ ସେହି ଭୂମିରେ ମୋତେ ଯେଉଁ କାମ କରିବାକୁ ଥିଲା ତାହା ସମ୍ଭବ ନଥିଲା।ଏଥିପାଇଁ ଏହି ଅନ୍ୟ ଦେଶର ଭୂମିରେ କାମ

କରୁଛି। କିନ୍ତୁ ଆମର କାର୍ଯ୍ୟ ଗୋଟିଏ ହିଁ ଅଟେ।” ଏପରି ମହାନତା ତାଙ୍କ ମଧ୍ୟରେ ଥିଲା। ଗାନ୍ଧୀଜୀଙ୍କୁ ସର୍ବ ପଥ୍ର ମେ ‘ରାଷ୍ଟ୍ରପିତା’କହିକରି ସମ୍ବୋଧିତ ସୁଭାଷ

ବାବୁ ହିଁ କରିଥିଲେ।

- ବ୍ରିଟିଶ ସୈନଙ୍କର ପ୍ରଥମ ଥର ପରାଜୟ : - ଭାରତର ଇମ୍ଫାଲ ସୀମାରେ ସଶସ୍ତ୍ର ସୈନଙ୍କର ଲଢାଇ ଛିଡିଗଲା।ଜାପାନୀ ଫୌଜ ସହିତ ଆଜାଦହିନ୍ଦ ଫୌଜ

ବ୍ରିଟିଶ ସରକାରଙ୍କୁ ପ୍ରଥମ ଥର ପରାଜିତ କଲେ। ଚିତାଗଙ୍ଗ, ମଣିପୁରରେ ତ୍ରିରଙ୍ଗା ଉଡିଲା। ତାହା ପରେ ତ

ଦାମୁ,କୋହିମା,ପାଲେଲ,ଟୀଡେଡମ,ବିଷ୍ଣୁପୁର,ସବୁ ଜାଗାରେ ଆଜାଦହିନ୍ଦ ସେନା ଆଗକୁ ବଢ଼଼ିବାକୁ ଲାଗିଲେ, ଜୋସ ଏବଂ ଉତ୍ସାହର ସହିତ।କିନ୍ତୁ ତାଙ୍କର

ବଙ୍ଗାଲ ପର୍ଯ୍ୟନ୍ତ ପହଞ୍ଚିବା ବିଧିକୁ ମଜୁଂର ନଥିଲା। ଅପାର ଜାତନା ମଧ୍ୟରେ ତାଙ୍କୁ ପଛକୁ ହଟିବାକୁ ପଡ଼ିଲା। ରୋରୀ ବର୍ଷା ,ଶସ୍ତ୍ରର ଅଭାବ, ବର୍ମା -ଆସାମର

ଘନ ଜଙ୍ଗଲ ମଧ୍ୟରେ ଭୂଖମରୀ(କୁପୋଷଣର ସବୁଠାରୁ ଚରମ ରୂପ), ନାଗାସାକୀ ଏବଂ ହିରୋସୀମା ଉପରେ ବୋମା ବିସ୍ପୋରଣ ଦ୍ୱାରା ଜାପାନର ହାର

(ପରାଜୟ) ସତ୍ୱେ ମଧ୍ୟ ଆଜାଦହିନ୍ଦ ସେନା ତାଙ୍କର ସର ସେନାପତି ସୁଭାଷଙ୍କ ସହିତ ମାତୃଭୂମିକୁ ନିଜର ରକ୍ତରେ ଅଭିଷେକ କରିଚାଲିଥିଲେ,ତଥାପି

ଶେଷକୁ ତାଙ୍କୁ ମଧ୍ୟ ପଛକୁ ହଟିବାକୁ ପଡ଼ିଲା। ସୁଭାଷ ବାବୁଙ୍କର ସ୍ୱପ୍ନ ଭାଙ୍ଗିଗଲା।ଅନ୍ତତଃ ବ୍ୟାଂକାକର ଧରିତ୍ରୀ ଉପରେ ବିମାନ ଉଡିଲା ଯେଉଁଥିରେ ସୁଭାଷ

ବାବୁ ଥିଲେ। ଏହା ତାଙ୍କର ଅନ୍ତିମ ବିଦାୟ ଥିଲା।ତାହାପରେ ଭାରତର ଏହି ସୁପୁତ୍ରଙ୍କର ଦର୍ଶନ ଭାରତ କରିପାରିଲା ନାହିଁ।ତାଙ୍କର ବିମାନ ଦଘୁ ର୍ଟଣାଗ୍ରସ୍ତ

ହୋଇଥିଲା ଏବଂ ସେଥିରେ ହିଁ ଏହି ସିଂହ ଅନ୍ତିମ ଶ୍ୱାସ ନେଲେ।

- ଯଶସ୍ୱୀ ବଳୀଦାନ: - କିନ୍ତୁ ଇତିହାସରେ ତାଙ୍କର ଶହିଦ ହେବାର ଭାବ (ଶହୀଦ)ସଫଳ ରହିଥିଲା।ଏହି ନ ଜିତିଥିବା ଯୁଦ୍ଧ ଦ୍ୱାରା କୋଟି କୋଟି ହିନ୍ଦୁବାସୀଙ୍କ

ହୃଦୟରେ ଭରିରହିଥିବା ଅଗ୍ନି ଜୋରରେ ଜଳି ଉଠିଲା।ଯେଉଁ ରାଷ୍ଟ୍ର ପାଖରେ ସଂକଳିତ ସୈନ ହିଁ ନଥିଲା,ହଜାର ପ୍ରଦେଶ(ରଜୱାଡୋ)ମଧ୍ୟରେ ଯେଉଁ

ରାଷ୍ଟ ୍ରବିଭାଜିତ ଥିଲା,ପରାଧିନତା ଦ୍ୱାରା ଯେଉଁ ପ୍ରଜା ନିରାଶ ହୋଇଯାଇଥିଲେ ଏବଂ ସ୍ୱାଧିନତା ପ୍ରାପ୍ତକରିବାର ଏକମାତ୍ର ଉପାୟ ହେଉଛି ଅହିଂସକ ଲଢାଇ

ଊଓଠଓଘଋ ଈଜଇଓଘ ଞଜଟଝଞ/ ଣଟଠଇ କଋଘଊଜଇ

ଏପରି ବିଚାର ଯେଉଁ ପ୍ରଜା କରୁଥିଲେ ତାଙ୍କର ଶୀରରେ ସୁଭାଷ ବିଦ୍ରୋହର ନିଆଁ ଲଗାଇଦେଲେ। ରାଷ୍ଟ୍ରର ଚେତନା ସଶସ୍ତ୍ର ମୁକାବଲା(ସଶସ୍ତ୍ର ଲଢାଇ) ହିଁ

ଦେଇପାରିବ। ଏହାକୁ ବଡ ଆକାରରେ କରି ଦେଖାଇଲେ।

- ଶ୍ରଦ୍ଧାଜଂଳି: - ଆଜି ଆମକୁ ହୁଏତ ଏହି କଥା ଦୂର ଲାଗିପାରେ କିନ୍ତୁ ଭାରତ ତାଙ୍କ ପରି ପ୍ରଭାବୀ ସୁପୁତ୍ରଙ୍କୁ ଭୁଲି ଯାଇଥିଲା,ଯାହା ଯୁବାକେନ୍ଦ୍ର ମାଧ୍ୟମରେ

ଧ୍ୟାନରେ ଆସିଥାଏ।ଜୀବନ (ଜୀନ୍ଦେଗୀ)କୁ ହୃଦୟରେ ଜୀବିତ (ଜିନ୍ଦା ଦିଲ) କରାଇ ଆମର ଦୈବୀ ବିଚାରକୁ ଆମର ଅଞ୍ଚଳ(ବିସ୍ତାର) କୁ,ନିଜର ଅନ୍ୟ ମିତ୍ର

ଭାଇମାନଙ୍କ ପର୍ଯ୍ୟନ୍ତ ଆମେ ମଧ୍ୟ ନେଇଯାଇପାରିବା।ଏପରି ସମଝ ଏବଂ କୃତି ଉଠାଇବା ପାଇଁ ମଜଭୂତ ପୂର୍ବକ କଦମ(ପାଦ) ବଢ଼଼ାଇବା ଏହା ଏହି

ମହାନାୟକଙ୍କୁ ପ୍ରକୃତ ଶ୍ରଦ୍ଧାଜଂଳି ହେବ।

 

Post a Comment

0 Comments