ତା ୧୬/୯/୨୨ ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାର ପୁର ପଞ୍ଚାୟତ ରେ ଥିବା ଗୋଚର ଜମିକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଜବରଦଖଲ କରି ନିଜ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଏହି ଗୋଚର ଜମି ମୌଜା, ବଳିପୁର ଖାତା ନଂ ୬୧ ପ୍ଲଟ ନମ୍ବର ୧୫୨ ଓ ପ୍ଲଟ ନମ୍ବର ୧୪୬ ରେ ୩୮ ଏକର ଜମି ରହିଛି। ଏହାର ଚାରିପାଖ ସିମେଣ୍ଟ ଖୁଣ୍ଟ ପୋତି ଲୁହା କଣ୍ଟା ତାର ବୁଲାଇ ଛନ୍ତି।ଏହା ଭିତରେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ସ୍ଥାୟୀ ଛାତଘର, ଆଜବେଷ୍ଟସ ଘର, ପାଣି ପମ୍ପ ରହିଛି। ଉକ୍ତ ଗୋଚର ଜମିରେ କାଜୁ ଗଛ ଲଗାଇ କୋଟି କୋଟି ଟଙ୍କା ବିକ୍ରି କରି ସର୍ବସାଧାରଣ ସମ୍ପତ୍ତିକୁ ଆତ୍ମସାତ କରୁଛନ୍ତି। କୁମାରପୁର ୨ ଗୋଟି ପ୍ଲଟ ନମ୍ବର ୩୨ ଏବଂ ପ୍ଲଟ ନମ୍ବର ୫୨ କିସମ ଗୋଚର ଏବଂ ଆଖପାଖ ରେ ଥିବା କିଛି ବ୍ୟକ୍ତି ଙ୍କ ଜମିକୁ ମଧ୍ୟ ନିଜ ଜମିରେ ମିଶାଇ ଦୁଇଟି ପୋଖରୀ କରି ନିଜେ ଦଖଲ କରିଛନ୍ତି। ଏହି ସମସ୍ତ ଅଭିଯୋଗ ନେଇ ସ୍ଥାନୀୟ ଲୋକ ଏବଂ ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ଏ ସଂପର୍କିତ ଏକ ଦାବିପତ୍ର ଆଠଗଡ଼ ତହସିଲଦାର ଙ୍କୁ ଦେଇଥିଲେ। ଏବଂ ଦେବା ସହ ଏହା ଖୁବଶିଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଇଡି ଅଫିସ ଘେରାଉ କରିବେ ବୋଲି ଗ୍ରାମ ବାସୀ ମାନେ ଚେତାବନୀ ଦେଇଛନ୍ତି। ଗ୍ରାମ ବାସି ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ଦେବରାଜ ସାହୁ, ପ୍ରକାଶ କୁମାର ସାହୁ, ଅନନ୍ତ ବେହେରା, ଫଗୁରାମ ସାହୁ, ବାଇନ ସାହୁଙ୍କ ସମେତ ୫୦ ରୁ ଉର୍ଦ୍ଧ କୁମାରପୁର ଓ ବଳିପୁର ଗ୍ରାମବାସୀ ଦାବୀ ପତ୍ର ପ୍ରଧାନ ସମୟରେ ଉପସ୍ଥିତ ଥିଲେ। ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ
0 Comments