ମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଉମାଗ୍ରାମ ପଞ୍ଚାୟତ ର ସମାଟାଙ୍କୀ ଗାଁ ର ଦୃଶ୍ୟ l ଏହି ଗାଁ କୁ ଯିବାକୁ ହେଲେ ନାଅଛି ଭଲ ରାସ୍ତା ଟିଏ ନାଅଛି ନାଳ ଉପରେ ବ୍ରିଜ ଟିଏ l ଏମିତି କି ଦେଖିବାକୁ ମିଳିଛି ପିଲାମାନଙ୍କୁ ବିପଦ ସଂକୁଳ ଅବସ୍ଥାରେ ନାଳ ପାର କରି ପିଲାମାନଙ୍କୁ ପାଠ ପଢେଇ ଭଲ ଭବିଷ୍ୟତ ଗଢ଼ି ବାପାଇଁ ଛାଡୁଛନ୍ତି l ବର୍ଷା ଦିନରେ ଏ ରାସ୍ତାରେ ଯିବାପାଇଁ ସମ୍ଭବ ନୁହଁ ଏଠି ରୋଗୀଙ୍କୁ ନେବାକୁ ହେଲେ ଆମ୍ବୁଲାନ୍ସ ବି ପହଞ୍ଚି ପରେ ନାହିଁ l ଏଠି ସ୍ଥାନୀୟ ଜନ ପ୍ରତିନିଧି ମାନେ ଇଲେକ୍ସନ ସମୟରେ ବହୁତ ପ୍ରତିଶ୍ରୁତି ଦେଇ ମନରେ ବିଶ୍ୱାସ ଭରି ଦିଅନ୍ତି l ହେଲେ ଇଲେକ୍ସନ ସରିଗଲେ ଆଉ କାହାର ଦେଖା ନାହିଁ l ଏମିତି କି ଗାଁ ଲୋକେ ବ୍ଲକ ଅଫିସର ଓ ସ୍ଥାନୀୟ ବିଧାୟକ ଙ୍କୁ କହିଲେ କହୁଛନ୍ତି ହଁ କରିବା କିନ୍ତୁ ଆଉ କାମ ହଉ ନାହିଁ l ଏଠି ଜେ ସରକାର କହୁଛନ୍ତି ବିକାଶ ସବୁ ଗାଁ ରେ ହବ କିନ୍ତୁ କଣ୍ଟାମାଳ ବ୍ଲକ ର ଏମିତି ଏନେକ ଗାଁ ଅଛି ଯଉଠିକି ଭଲ ରାସ୍ତା ଟିଏ ନାହିଁ l ଏଥିପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ସ୍ଥାନୀୟ ସରପଞ୍ଚ, ବିଧାୟକ ଏବଂ ସରକାର ଙ୍କୁ ଗାଁ କୁ ଜିବା ପାଇଁ ନାଳ ଉପରେ ବ୍ରିଜ ଟିଏ ଆଉ ଭଲ ରାସ୍ତା ଖଣ୍ଡିଏ l ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ
0 Comments