ଭୁଷୁଡିବ କୁମ୍ଭିକୀଳା ପ୍ରାଥମିକ ବିଦ୍ୟାଳୟ, ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

 



ଦଶପଲ୍ଲା : - ସରକାରଙ୍କ ସଭିଏଁ ପଢ଼ିବା, ସଭିଏଁ ବଢ଼ିବା ନାରା ସତେ ଯେପରି ଉପହାସ କରୁଛି ସେମାନଙ୍କୁ । ସତେ ଯେମିତି ଏମାନେ ସରକାରଙ୍କର ସାବତ ପୁଅ । ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳ,କୁଜାମେଣ୍ଢି ଗ୍ରାମପଂଚାୟତ ଅନ୍ତର୍ଗତ,କୁମ୍ଭିକୀଳା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି , ଅଭାବନୀୟ ଦୃଶ୍ୟ । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟଯୋଗୁଁ ,ଭୂଷୁଡିବା ଅବସ୍ଥାରେ କୁମ୍ଭିକୀଳା ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀଗୃହ । କେତେବେଳେ ଯେ ଏହା ଭାଂଗି ପଡିବ, ତାହାମଧ୍ୟ କହିହେଉନି । ଝଡି ବର୍ଷାରେ ଗଛମୂଳେ ପାଠ ପଢୁଛନ୍ତି ୪୦ ରୁ ଅଧିକ ଛାତ୍ରଛାତ୍ରୀ । ପ୍ରଶାସନ ଓ ଶିକ୍ଷାଧିକାରୀ କୁଂ ବାରମ୍ବାର ଅଭିଯୋଗ ପରେ ବି ,ଶୁଣୁନାହିଁ ପ୍ରଶାସନ ।

Post a Comment

0 Comments