ଆଠଗଡ/ ଭାଜପା ନମାମି ଗଙ୍ଗା କାର୍ଯ୍ୟକ୍ରମ
ର ରାଜ୍ୟ ସଭାପତି ମହେଶ୍ୱର ସାହୂ,ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ର ଉପସଭାପତି ହୃଷିକେଶ ଜେନା ଗୁରୁବାର ଆଠଗଡ଼ ଗସ୍ତରେ ଆସି ଆଠଗଡ଼ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସହ ଆଲୋଚନା କରିବା ସହ କ୍ଷୟ କ୍ଷତି ବୁଲି ଦେଖିଥିଲେ ।ଆଠଗଡ ବ୍ଲକ ଅନ୍ତର୍ଗତ ଧୁରୁଷିଆ ଗ୍ରାମପଞ୍ଚାୟତ ର ଜେନାପୁର ଗ୍ରାମ ର ବନ୍ୟାଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟି ଫସଲ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ।ହେକ୍ଟର ହେକ୍ଟର ଜମିରେ ଚାଷ ହୋଇଥିବା ଧାନ, ଜହ୍ନି, କାକୁଡି ପୋଟଳ,ଝୁଡଙ୍ଗ,କଲରା ଆଦି ଅର୍ଥକାରୀ ଫସଲ ବନ୍ୟା ରେ ନଷ୍ଟ ହୋଇଥିବାର ସେମାନେ ଅନୁଧ୍ୟାନ କରିବା ସମୟରେ ଦେଖିଥିଲେ। ବନ୍ୟା ଛାଡିବାର ଆଠଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରନେଦ୍ରପ୍ରତାପ ସ୍ବାଇଁ କିମ୍ବା କୌଣସି ସରକାରୀ କ୍ଷୟକ୍ଷତି ଦେଖିବାକୁ ଆସିନଥିବା କିମ୍ବା ସେମାନଂକୁ ରିଲିଫ ମିଳି ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ।
ଏହାପରେ ପ୍ରତିନିଧି ଦଳ ଆଠଗଡ଼ ଆସି ଉପଜିଲ୍ଲାପାଳ ହେମନ୍ତକୁମାର ସ୍ବାଇଁଙ୍କୁ ଭେଟି ଥିଲେ।ବନ୍ୟାକ୍ଷତି ଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରାଯାଇ ଚାଷର ପୁନରୁଦ୍ଧାର ପାଇଁ ଚାଷୀ ମାନଙ୍କୁ ମାଗଣାରେ ସାର, ବିହନ,ପୋକମରା ଔଷଧ ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଥିଲେ।କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସମବାୟ ଋଣ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ଦାବି କରିଥିଲେ।କ୍ଷୟକ୍ଷତି ଆକଳନ ସମୟରେ ଯଥା ସମ୍ଭବ ନିରପେକ୍ଷତା ଅବଲମ୍ବନ କରିବାକୁ କ୍ଷେତ୍ର ପରିଦର୍ଶନ କରିବାକୁ ଯାଉଥିବା କର୍ମଚାରୀ ମାନଙ୍କୁ ନିର୍ଦେଶ ଦେବାକୁ ଅନୁରୋଧ କରିବା ସହ ଯେପରି ହେଲେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସାହାଯ୍ୟରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ।ଉପଜିଲ୍ଲାପାଳ ସମସ୍ତ ଦାବି ପୁରଣ କରିବାକୁ ସରକାରଙ୍କ ନିକଟକୁ ପଠାଇବେ ବୋଲି ପ୍ରତିଶୃତି ଦେଇଥିଲେ।ଭାଜପା ପ୍ରତିନିଧି ଦଳ ସହ ଆଠଗଡ଼ ଭାଜପା ନେତା
ବ୍ରଜେନ୍ଦ୍ରରାୟଙ୍କ ସମେତ ବହୁ ଦଳୀୟ କାର୍ଯ୍ୟ କର୍ତ୍ତା ଓ ପଦାଧିକାରୀ ସାମିଲ ଥିଲେ। ( ଆଠଗଡ ରୁ ମହେଶ ଦାସ୍)
0 Comments