ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତର ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବା ଚଶାଆଁରା ଗ୍ରାମକୁ ଆଜି ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥିତ ଶ୍ରୀରାମ ସେବା ସଂଘ ତରଫରୁ ରନ୍ଧା ଖାଦ୍ୟ ଭାବେ ଖେଚୁଡ଼ି କରି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ


ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତର ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବା ଚଶାଆଁରା ଗ୍ରାମକୁ ଆଜି ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥିତ ଶ୍ରୀରାମ ସେବା ସଂଘ ତରଫରୁ ରନ୍ଧା ଖାଦ୍ୟ ଭାବେ ଖେଚୁଡ଼ି କରି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ

ପିଇବାପାଣି ବୋତଲ ଓ ବିସ୍କୁଟ ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀରାମ ସେବା ସଂଘ ସହ ପୂର୍ବତନ ବିଧାୟକ ତଥା ଆଠଗଡର ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥ ଯୋଗାଯୋଗ କରି ସେମାନଙ୍କୁ ଚଶାଆଁରା ଗ୍ରାମକୁ ନେଇ ଯାଇଥିଲେ। ଗ୍ରାମବାସୀ ଙ୍କ ଆଗ୍ରହ ଓ ଶୃଙ୍ଖଳିତ ବ୍ୟବସ୍ଥା କୁ ସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା। 

ପ୍ରତ୍ୟେକ ବର୍ଷ ଏହିପରି ବନ୍ୟା ଫଳରେ ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡି ଯାଉଛି, ଚାଷ ର ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳୁ ନ ଥିବା କଥା ଗ୍ରାମବାସୀ ମାନେ କହିଥିଲେ। ମହାନଦୀ ରୁ ଏକ ବୋରିଂ କରି ମୌଜା ର ବିଲ କୁ ଜଳଯୋଗାଣ ସରକାର ବ୍ୟବସ୍ଥା କରିଦେଲେ ଚାଷୀମାନେ ଖରା ଦିନରେ 

ଡାଳୁଅ ଫସଲ କରି ଭଲରେ 

ବଞ୍ଚି ଯାଇପାରନ୍ତେ ବୋଲି ଗ୍ରାମବାସୀ କହିଥିଲେ। 

ଶ୍ରୀରାମ ସେବା ସଂଘ ର ପ୍ରତିନିଧି ମାନେ ଏକ ମୋଟର ବୋଟ ରେ ଚଶାଆଁରା ଗ୍ରାମକୁ ଯାଇଥିଲେ। ସଂଘ ର ପ୍ରତିନିଧି ମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଜେନା , ରାଧାକାନ୍ତ ନାୟକ ,ଶଶାଙ୍କ ଶେଖର ସାହୁ ରମେଶ ଚନ୍ଦ୍ର ଚାନ୍ଦ, ନରେନ୍ଦ୍ର ସାହୁ ,ପ୍ରମୋଦ କୁମାର ରାଉତ , କୈଳାଶ ଚନ୍ଦ୍ର ସ୍ୱାଇଁ , ଉମେଶ କୁମାର ରଥ ,ଶକୁନ୍ତଳା ବେହେରା, କମଳା ମିଶ୍ର ଙ୍କ ସମେତ ଆଠଗଡ଼ ରୁ ଯୁବ ସମାଜସେବୀ ପ୍ରଶାନ୍ତ ବେହେରା, ସମ୍ବିତ ଦଳେଇ, ସଞ୍ଜୟ ପ୍ରଧାନ ଓ ସୁରେଶ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରତାପ ଜେନା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ ଓ ଶୃଙ୍ଖଳିତ ପରିଚାଳନା କରିଥିଲେ। ଆଠ ଗଡରୁ ମହେଶ ଦାସ।

Post a Comment

0 Comments