ଏନେଇ ସମଗ୍ର ନୟାଗଡ଼ ଜିଲା ତଥା ଜନ୍ମମାଟି ଦଶପଲ୍ଲା ଅଞ୍ଚଳରେ କ୍ରୀଡ଼ା ପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ବିଶେଷତଃ ଦଶପଲ୍ଲା ଘୁଗୁଡ଼ିପଡ଼ା ପଞ୍ଚାୟତ ମକରପ୍ରସାଦ ଗାଁରେ ଗ୍ରାମବାସୀ ଓ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସରକାରଙ୍କ ଏହି ପ୍ରତିଭାଙ୍କୁ ପୁରସ୍କାର ଦେବା ନିଷ୍ପତି ନିଶ୍ଚିତ ଭାବେ ଉତ୍ସାହିତ କରିବ ଏବଂ କ୍ରୀଡାବିତ୍ ଝିଲ୍ଲି ଭବିଷ୍ୟତରେ ବିଶ୍ଵ ବିଜୟିନୀ ହେବାକୁ ପଥ ପରିଷ୍କାର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
0 Comments