କଂଗ୍ରେସ ପ୍ରତିନିଧି ଦଳର ବନ୍ୟା ଅଂଚଳ ପରିଦର୍ଶନ

 



ଦଶପଲ୍ଲା : - ଆଜି ଓଡ଼ିଶା କଂଗ୍ରେସ ର ବନ୍ୟା ପରିସ୍ଥିତିର ଅନୁସନ୍ଧାନ କମିଟିର ଓଡ଼ିଶା କଂଗ୍ରେସ ର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ବିଭୂତି ମିଶ୍ର, ଶ୍ରୀଯୁକ୍ତ ରବିନ୍ଦ୍ର ମଳିକ, ଶ୍ରୀ ଯୁକ୍ତ ମନୋଜ କୁମାର ସାହୁ ମହୋଦୟ ଗଣିଆ ବ୍ଲକ ଆସି ବିଭିନ୍ନ ଗ୍ରାମ, ରାସ୍ତା, ଜମିବାଡ଼ି ର ଅଵସ୍ଥା କିଭଳି ଶୋଚନୀୟ ହୋଇଅଛି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛନ୍ତି।ଏହି କମିଟିକୁ ସହଯୋଗ କରିଥିଲେ ଓ ସଙ୍ଗରେ ଯାଇ ପରିସ୍ଥିତି ଅନୁଧ୍ୟାନ ଥିଲେ ଓଡ଼ିଶା ମହିଳା କଂଗ୍ରେସର ସମ୍ପାଦିକା -ଉମାରାଣୀ ପାଣି, ନୟାଗଡ଼ ଜିଲ୍ଲା ଆର ଜିପି ଆର ଏସ ର ସଂଯୋଜକ ଶ୍ରୀଯୁକ୍ତ ସୁକାନ୍ତ କୁମାର ଶତପଥୀ, ନୟାଗଡ଼ ଜିଲ୍ଲା ଓଵିସି ସେଲ୍ ର ଚେୟାରମ୍ୟାନ ଶ୍ରୀ ଯୁକ୍ତ ନାରାୟଣ ସାହୁ, ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ କଂଗ୍ରେସ ବିଧାୟକା ପ୍ରାର୍ଥୀ -ବିନୋଦିନି ମହାନ୍ତି, ଦଶପଲ୍ଲା ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ବୁଲୁ ପରିଡ଼ା,ଗଣିଆଁ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ କାଶିନାଥ ନାଏକ, ଖଣ୍ଡପଡ଼ା ବ୍ଲକ୍ ର ପୂର୍ବତନ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ବୈକୁଣ୍ଠନାଥ ପ୍ରଧାନ ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀ ମାନେ ।

Post a Comment

0 Comments