ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମର ଜମି ଜବରଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।

 ସ୍ଥାନୀୟ ବିଶ୍ଵନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମର ଜମି ଜବରଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।


ଆଠଗଡ ତା ୨୯-୦୮-୨୨ ଆଠଗଡ଼ ର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ବିଶ୍ଵନାଥ ବିଦ୍ୟାପୀଠ ର ମିନି ଷ୍ଟାଡିୟମର ଜମି ଜବରଦଖଲ ହଟାଇବାକୁ ଦାବି ହୋଇଛି। ବିଦ୍ୟାଳୟର ନିୟୁ ହଷ୍ଟେଲ ରେ ଚାଲୁଥିବା ବର୍ତ୍ତମାନ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ପାର୍ଶ୍ଵରେ ଅବସ୍ଥିତ ଏହି ପଡ଼ିଆ ମିନି ଷ୍ଟାଡିୟମ ଭାବରେ କାର୍ଯ୍ୟ କରୁଛି। ଆଠଗଡ ତହସିଲ ମୌଜା କୃଷ୍ଣ ରସିକ ପୁର ଖାତା ନଂ ୨୬ ଏବଂ ପ୍ଲଟ ନମ୍ବର ୫୧, ୫୨,୫୩,୫୬ ସହିତ ରାଧା ଗୋବିନ୍ଦ ପୁର ମୌଜା ଖାତା ନଂ ୧୩୯ ପ୍ଲଟ ନମ୍ବର ୩ ରେ ବିଶ୍ଵନାଥ ବିଦ୍ୟାପୀଠ ନାମରେ ରେକର୍ଡ ରହିଛି। ଖାତା ନଂ ୧୩୯ ପ୍ଲଟ ନମ୍ବର ୩ ରେ ୬ ଏକର ୭୦ ଡେସିମିଲ,ଖାତା ନଂ ୨୬ ପ୍ଲଟ ନମ୍ବର ୫୧ ରେ ୪୭ ଡେସିମିଲି,୫୨ ରେ ୧୭ ଡେସିମିଲି,୫୩ ରେ ୦୮ ଡେସିମିଲି ଏବଂ ୫୬ ରେ ୭୦ ଡେସିମିଲି ଜମି ସମୁଦାୟ ୮ ଏକର ୧୨ ଡେସିମିଲି ଜମି ରେକର୍ଡ ଭୁକ୍ତ ରହିଛି। କିନ୍ତୁ ଏହି ଜମି ମଧ୍ୟରୁ ପାଖାପାଖି ତିନି ଏକର ରୁ ଉର୍ଦ୍ଧ୍ବ ଜମି ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ଆଠଗଡ ତହସିଲ ପକ୍ଷରୁ ଏହି ଜମି ଭିତରେ କୋଡ଼ିଏ ଫୁଟ ଓସାରର ଏକ ରାସ୍ତା ପାଇଁ ଦିଆଯାଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପୁରାତନ ଛାତ୍ର ମାନେ ଅଭିଯୋଗ କରିଛନ୍ତି ।ଆଜି ପୁରାତନ ଛାତ୍ର ମାନେ ଜବରଦଖଲ ଉଚ୍ଛେଦ ଦାବିରେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ଓ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ବାଇଁଙ୍କୁ ଏକ ଦାବି ପତ୍ର ପଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀନାରାୟଣ ଭଂଜ,ଶିବନାରାୟନ ପଟନାୟକ, ସନ୍ତୋଷ ବାରୀକ,ସରୋଜ ଦାସ,ଜଗଦାନନ୍ଦ ତ୍ରିପାଠୀ, ସତ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଆଠଗଡ ରୁ ମହେଶ ଦାସ।

Post a Comment

0 Comments