ଦଶପଲ୍ଲା : - ଇତି ମଧ୍ୟରେ , ଆମ ଦେଶ ରେ ପାଳିତ ହୋଇଯାଇଛି ୭୬ ତମ ସ୍ବାଧୀନତା ଦିବସ ଏହା ସହ ସ୍ୱାଧୀନତା ର ୭୫ ବର୍ଷ ଉପଲକ୍ଷେ ସାରା ଦେଶ ରେ ପାଳିତ ହେଉଛି ଆଜାଦିକା ଅମୃତ ମହୋତ୍ସବ । ମାତ୍ର ସ୍ୱାଧୀନ ତାର ୭୬ ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା । ଖାଦ୍ୟ,ବସ୍ତ୍ର ଓ ବାସଗୃହ ହେଉଛି ମନୁଷ୍ୟ ର ଅତ୍ୟାବଶ୍ୟକ ମୌଳିକ ଅଧିକାର । ମାତ୍ର ଏହି ମୌଳିକ ଅଧିକାର ରୁ ବଂଚିତ ହୋଇଛନ୍ତି ଦଶପଲ୍ଲା ର ପ୍ରଭାତୀ ନାଏକ । ପ୍ରଭାତୀ ଜଣେ ବିଧବା ଅନୁସୂଚିତ ଜାତିର ମହିଳା ଅଟନ୍ତି । ଗତ ୧୫ ବର୍ଷ ତଳେ ସେ ରମେଶ ନାଏକ ଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଥିବା ବେଳେ ସ୍ୱାମୀ ରମେଶ ନାଏକ ମୃତ ଲଭିଛନ୍ତି । ସ୍ୱାମୀର ମୃତ୍ୟୁ ପରେ ପ୍ରଭାତୀ ଦୁଇ ଝିଅଙ୍କୁ ଧରି ସ୍ଥାନୀୟ ରାଜଲକ୍ଷ୍ମୀ କଲୋନୀ ରେ ସରକାରୀ ଜାଗାରେ କଚାଘର କରି ରହୁଥିବା ପିତା ମାତା ଙ୍କ ପାଖରେ ଦୁଇ ଝିଅଙ୍କୁ ଧରି ଚଳି ଆସୁଥିଲେ । ମାତ୍ର ଗତ ୨୦୧୯ ମସିହା ଡିସେମ୍ବର ମାସରେ ପୂର୍ବତନ ତହସିଲଦାର ପ୍ରମୋଦ କୁମାର ଦଳ ବେହେରା , ପ୍ରଭାତୀ ତାର ଦୁଇ ଝିଅ ଙ୍କୁ ଧରି ରହୁଥିବା ତାଙ୍କ ପିତାଙ୍କ ଘରକୁ ଭାଙ୍ଗି ଦେଇଥିବା ବେଳେ ସେହି ସରକାରୀ ଜାଗାରୁ ଉଛେଦ କରିଥିଲେ । ଏହାପରେ ପ୍ରଭାତୀ ଙ୍କ ପିତା ମାତା ନରସିଂହପୁର ଚାଲିଯାଇଥିବା ବେଳେ ଦଶପଲ୍ଲା ଏନ ଏ ସି ର ୧ ନଂ ୱାର୍ଡ ବି ଏସ କଲେଜ ରୋଡ଼ ରେ ଏକ ସରକାରୀ ଜାଗାରେ ପ୍ରଭାତୀ ଙ୍କୁ ରହିବା ପାଇଁ ମୌଖିକ ଭାବେ ତହସିଲଦାର କହିଥିଲେ । ଏହାପରେ ପ୍ରଭାତୀ ଦୁଇ ଝିଅ ଙ୍କୁ ଧରି ସେହି ଜାଗାରେ ଜରିପାଲ ତଳେ ରହି ଆସୁଛି। ମାତ୍ର ଇତି ମଧ୍ୟରେ ତିନି ବର୍ଷ ଅତିବାହିତ ହେବାକୁ ଯାଉଥିବା ବେଳେ ପ୍ରଭାତୀଙ୍କୁ ମିଳୁନି ବସୁନ୍ଧରା ଯୋଜନାରେ ଜାଗା ବା ଜାଗା ଯୋଜନା ରେ ଜାଗା । ରହୁଥିବା ଜାଗାରେ ସରକାର ଙ୍କ ଯୋଜନାରେ ପ୍ରଭାତୀ ଙ୍କୁ ପଟା ନ ମିଳିବାରୁ ପ୍ରଧାନମନ୍ତି ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି ପ୍ରଭାତୀ । ଏବେ ଜରି ପାଲ ତଳେ ବହୁ କଷ୍ଟରେ ପ୍ରଭାତୀ ଦୁଇ ଝିଅ ଙ୍କୁ ଧରି ଜୀବନ ଅତିବାହିତ କରୁଥିବା ବେଳେ ଘର କୁ ଲାଗି ରହିଥିବା ହୁଙ୍କାରୁ ସାପ ,ବର୍ଷା ଦିନ ହୋଇଥିବାରୁ ବେଙ୍ଗ ଓ ଘର ନିକଟରେ ନିକଟସ୍ଥ ଗ୍ରାମରେ ଜଣେ ଗ୍ରାମବାସୀ ଖତ ଗଦାଉଥିବାରୁ ମଶା ଙ୍କ ସହ ଜୀବନ ବିତାଉଛନ୍ତି ପ୍ରଭାତୀ । ବିପଦ ପୂର୍ଣ ଭାବେ ଏହିଘରେ ପ୍ରଭାତୀ ଦୁଇ ବଢିଲା ଝିଅଙ୍କୁ ଧରି ବସବାସ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପାର୍ଶ୍ୱରେ ଘର ପଟ୍ଟା ନଥିବାରୁ ପାଠପଢ଼ା ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ସରକାରୀ ସହାୟତା ରୁ ବଂଚିତ ହେଉଛନ୍ତି ପ୍ରଭାତୀଙ୍କ ଦୁଇ ଝିଅ । ପାଠପଢ଼ା ସହାୟତା ନ ପାଇ ମୂଳ ଲାଗି ପ୍ରଭାତୀ ଦୁଇ ଝିଅ ଙ୍କୁ ପାଠ ପଢ଼ାଉଥିବା ବଳେ ଏହି ଜରିପାଲ ତଳେ ରହି ଚଳିତ ବର୍ଷ ଦଶମ ପାସ କରିଛନ୍ତି ପ୍ରଭାତୀ ଙ୍କ ବଡ ଝିଅ । ଏବେ ବଡ଼ ଝିଅ ନିଜ ଅଜା ଆଇ ଙ୍କ ପାଖରେ ରହୁଥିବା ବେଳେ । ପ୍ରଭାତୀ ଓ ତାଙ୍କ ସାନ ଝିଅ ଏହି ଜରିପାଲ ତଳେ ରହୁଛନ୍ତି । ସବୁଠୁ ବଡ କଥା ହେଉଛି ଜାଗା ଖଣ୍ଡେ ପାଇଁ ୧୯୯୭ ମସିହାରେ ପ୍ରଭାତୀ ନୟାଗଡ଼ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାର ତଦନ୍ତ କରି ଜାଗା ଯୋଗାଇ ଦେବାକୁ ପୂର୍ବତନ ଉପଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ଙ୍କୁ ମେମୋ ନଂ ୯୭/୧୨.୬.୯୭ ରେ ପତ୍ର ବିନିମୟ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରଭାତୀ ଙ୍କୁ ମିଳିନି ଜାଗା । ଏପରିକି ପ୍ରଭାତୀ ସ୍ଥାୟୀ ଜାଗା ଏବଂ ତାହାର ପଟ୍ଟା ପାଇଁ ବାରମ୍ବାର ସ୍ଥାନୀୟ ବିଧାୟକ ଓ ବର୍ତମାନ ର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ବସୁନ୍ଧରା ଯୋଜନା କିମ୍ବା ଏନ ଏ ସି ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଜାଗା ଯୋଜନା ରେ ପ୍ରଭାତୀଙ୍କୁ ମିଳିନି ଜାଗା । ଏବେ ବହୁ କଷ୍ଟରେ ପ୍ରଭାତୀ ଜରିପାଲ ତଳେ ଝିଅ କୁ ଧରି ରଗୁଥିବା ବେଳେ ପ୍ରଭାତୀ ଉପରେ କେବେ ପ୍ରଶାସନ ର ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଛି ।
0 Comments