ଦଶପଲ୍ଲା : ଦଶପଲ୍ଲା ବ୍ଲକ ରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସଞ୍ଜୟ କୁମାର ଆଚାର୍ଯ୍ୟ । କାର୍ଯ୍ୟରେ ଯୋଗ ଦେବା ପରେ ନୂତନ ବିଡ଼ିଓ ଙ୍କୁ ବ୍ଲକ ପକ୍ଷରୁ ସ୍ୱାଗତ କରାଯିବା ସହ ଅଧ୍ୟକ୍ଷା ସୁନନ୍ଦା ସାହୁ ନୂତନ ବିଡ଼ିଓଙ୍କୁ ସ୍ଵାଗତ କରିଥିଲେ । ଏ ନେଇ ଏକ ସ୍ବାଗତ ସଭା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷାଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ନୂତନ ବିଡ଼ିଓ ଶ୍ରୀଯୁକ୍ତ ଆଚାର୍ଯ୍ୟ ଏହା ପୂର୍ବରୁ ଛେଣ୍ଡିପଦା ବ୍ଲକ ରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ ।
0 Comments