ରୋଟାରୀ କ୍ଲବ ତରଫରୁ ବନ୍ୟା ପୀଡ଼ିତ ଙ୍କୁ ଶୁଖିଲା ବଣ୍ଟନ.
ଭୁବନେଶ୍ୱର ରୋଟାରୀକ୍ଳବ୍ ଆନୁକୁଲ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ,ବସନ୍ତ ପୁରା, ଗୋଛା ବାରି, ରେ ପାଞ୍ଚଦିନ ଧରି ଜଳ ବନ୍ଦିରେ ଥିବା ତିନିଶହ ପରିବାର ଙ୍କୁ ଓସ୍ତିଆ ଗ୍ରାମରେ ଥିବା ମା ଦକ୍ଷିଣକାଳୀ ଯୁବକ ସଂଘ ସହଯୋଗରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଏହି ତିନୋଟି ଗ୍ରାମରେ ବସବାସ କରୁଥିବା, ଆଦିବାସୀ , ହରିଜନ, କୃଷକ,ଧୋବା, ତେଲି, କମାର,କୁମ୍ଭାର ଭଳି ବହୁ ପ୍ରଜାତି ର ଲୋକେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳେ। ସମ୍ପୂର୍ଣ୍ଣ ପାଞ୍ଚ ଦିନରୁ ଅଧିକ ସମସ୍ତ କୃଷି ଜମି ଜଳ ଘେରରେ ବୁଡି ରହି ଅନେକ କିଛି କ୍ଷତ କରିବା ସହିତ ସମସ୍ତ ଙ୍କ ଜୀବିକା କୁ ବାଧାପ୍ରାପ୍ତ କରି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ କରି ଦେଇଥିବା ଦେଖିବାକୁ ମିଳିଛି।ଏଭଳି ବିପଦପୂର୍ଣ୍ଣ ସମୟରେ ଭୁବନେଶ୍ୱର ରେ ଥିବା ରୋଟାରୀ କ୍ଲବ ରେ ଓସ୍ତିଆ ଗ୍ରାମର ଅଖିଳ କୁମାର ସାହୁ ଏକ ସଦସ୍ୟ ହୋଇଥିବା ବେଳେ ଏଭଳି ପରିସ୍ଥିତି କୁ ଲିଖିତ ଅକରେ ଜଣେଇ ଏଭଳି ବେବସ୍ତା କରିଥିବା ର ସୂଚନା ମିଳିଛି।ଓସ୍ତିଆ କ୍ଲବ ର ଜ୍ଞାନ ଦର୍ଶନ ମିଶ୍ର,ଆଲୋକ କୁମାର ସେଠୀ,ମଳୟ ସାହୁ ପ୍ରମୁଖ ପ୍ରୁବ ପ୍ରସ୍ତୁତି କରି ଗୋଟିଏ ପରିବାର କୁ ଚୁଡ଼ା ବିସ୍କୁଟ ଚିନି ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରାଇ ପୀଡ଼ିତ ପରିବାର ଙ୍କ ଅସୁବିଧା ସମୟର ସା
ଥୀ ହୋଇପାରିଥିଲେ।
0 Comments