ଦଶପଲ୍ଲା: ତା୨୨/୮: ସାହାରା ସଂସ୍ଥା ଜମାକାରୀଙ୍କୁ ପ୍ରଲୋଭିତ କରି ଜମା ଟଙ୍କା ନେଉଛି, ମାଚୁରିଟି ପରେଵି ଟଙ୍କା ଫେରସ୍ତ ଦେଉ ନାହିଁ, ଜମାକାରୀ ଟଙ୍କା ମାଗିଵାରୁ ସେଵୀ ଟଙ୍କା ନେଇଯାଇଥିଵାର ମିଛ ସଫେଇ ଦିଆଯାଉଛି।ମାଚୁରିଟି ଟଙ୍କା ଫେରସ୍ତ ନକଲା ପର୍ଯ୍ଯନ୍ତ ଜମା ଆଦାୟ ଵନ୍ଦ ପାଇଁ ଦାଵି କରି ଆଜି ଦଶପଲ୍ଲା ଅଞ୍ଚଳର ଅନେକ ଜମାକାରୀ ସାହାରା କାର୍ଯ୍ଯାଳୟ ଖୋଲିଵା ପୁର୍ଵରୁ ଏହାକୁ ଘେରି ରହିଥିଲେ, ଏହା ଦେଖି କେତେକ ତଳିଆ କର୍ମଚାରୀ ଆସି ଫେରିଗଲେ ପଦସ୍ଥ ଅଧିକାରୀ ଆସିଲେ ନାହିଁ, ଲୁଚି ଗଲେ।ଏହି ଜମାକାରୀ ମାନେ ମାଚୁରିଟି ଦାଵି କଲାଵେଳେ ଜମାକାରୀ ମିଳିତ ମଞ୍ଚର ନୟାଗଡ଼ ଜିଲ୍ଲା ସଭାପତି ଚଣ୍ଡାଳ ପ୍ରଧାନଙ୍କ ସମେତ ବାଉରିବନ୍ଧୁ ସାହୁ, ସନ୍ତୋଷ ରଣା, ଗିତାଞ୍ଜଳି ଦାଶ, ମମତା ମିଶ୍ର, ବସନ୍ତ ମଞ୍ଜରି ଦାସ, ଗାୟତ୍ରୀ ନାୟକ, ବିଶ୍ଵନାଥ ନାୟକ, ପ୍ରଭାତି ସାହୁ, ପାଲୁଣି ନାୟକ ବ୍ରଜକିଶ୍ଵର ଦାଶ,କୁଵେର ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ଜମାକାରୀ ଜମାରାଶିର ମାଚୁରିଟି ଦାଵିରେ ସାହାରା କାର୍ଯ୍ଯାଳୟ ଘେରାଉ କରିଥିଲେ।
0 Comments