ବ୍ରାହ୍ମଣ ମହାସଂଘ ଓଡ଼ିଶାର, ରାଜ୍ୟସ୍ତରୀୟ କଳା ମହୋତ୍ସବ ଓ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

 



ଦଶପଲ୍ଲା : - ଆଜି ଜଗନ୍ନାଥ ଧାମ୍ ଶ୍ରୀକ୍ଷେତ୍ର ପୁରୀର, ଶ୍ରୀଜଗନ୍ନାଥ କର୍ମକାଣ୍ଡ ବିଦ୍ୟାଳୟ ବୈଠକ ଗୃହରେ ବ୍ରାହ୍ମଣ ମହାସଂଘ ଓଡ଼ିଶାର ପ୍ରଥମ ରାଜ୍ୟ ସ୍ତରୀୟ କଳା ମହୋତ୍ସବ,୰ ଜୋସ୍ନାରାଣୀ ମିଶ୍ରଙ୍କ ସୃତିରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ରେ ସାମୁହିକ ଗୀତାପାଠ, ବେଦପାଠ, ସହିତ ଜଗନ୍ନାଥ ମହାପ୍ରଭୁଙ୍କ ଭଜନର ନୃତ୍ୟାଭିନୟ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ମହୋତ୍ସବ ର ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ପୁରୀ ଜୟନ୍ତ ଷଡ଼ଙ୍ଗୀ, ମୂଖ୍ୟବକ୍ତା ଅବସରପ୍ରାପ୍ତ ବେଦାନ୍ତ ବିଭାଗୀୟ ମୂଖ୍ୟ ପ୍ରଭାତ ମହାପାତ୍ର, ସମ୍ମାନିତ ଅତିଥି ଅଧ୍ୟକ୍ଷ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପୁରୀ ଜଗବଂଧୁ ମିଶ୍ର, ପ୍ରତିଷ୍ଠାତା ସଦସ୍ୟ ବିଶ୍ବନାଥ ରଥ , ଶ୍ରୀ ନଅର କୂଳଗୁରୁ ସୁଧାଂଶୁ ଶେଖର ରାଜଗୁରୁ, ଶ୍ରୀମନ୍ଦିର ପୁରୋହିତ ଶିଦ୍ଧେଶ୍ବର ମହାପାତ୍ର ଓ ସଭାପତି ବ୍ରାହ୍ମଣ ମହାସଂଘ ଓଡ଼ିଶା ଚିତ୍ତରଞ୍ଜନ ମିଶ୍ର ସଂପାଦକ ସୈମ୍ୟ ରଂଜନ ମହାପାତ୍ର , ଯୋଗଦେଇ ବ୍ରାହ୍ମଣ ସମାଜ ର ଉନ୍ନତି କଳ୍ପେ ବହୁବିଧ ମତାମତ ପ୍ରଦାନ କରିଥିଲେ । ଶେଷରେ ମୂଖ୍ୟ ଅତିଥି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

Post a Comment

0 Comments