ନୂଆଗାଁ ବ୍ଲକ ତିନୋଟି କଲେଜର +୨ ପରୀକ୍ଷାଫଳଫଳ ,ଆଲୋକ କୁମାର ସାହୁ(୫୪୩ ) ବ୍ଲକ ଟପର


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ଟି କଳା ବିଭାଗର ଚଳିତ ବର୍ଷର ପରୀକ୍ଷା ଫଳ ଗତ କାଲି ପ୍ରକାଶ ପାଇଛି . ମିଳିଥିବା ସୂଚନା ମୁତାବକ ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ହାଇଅର ସେକେଣ୍ଡାରୀ ସ୍କୁଲ ର ସମୁଦାୟ ୧୭୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୨୫ ଜଣ କୃତକାର୍ଯ୍ୟ ହୋଇଛନ୍ତି .ପ୍ରଥମ ସ୍ଥାନରେ ୪୪ ଦ୍ୱିତୀୟ ସ୍ଥାନରେ ୩୧ ତୃତୀୟ ସ୍ଥାନରେ ୪୮ ଏକ୍ସରେଗୁଲାର ୦୨ କୃତକାର୍ଯ୍ୟ ହୋଇଛନ୍ତି .ଅକୃତକାର୍ଯ୍ୟ ୫୨ .

ଜସ୍ମିନ ପ୍ରଧାନ ୫୨୮ ଅଙ୍କ ରଖି କଲେଜର ଟପର ହୋଇଛନ୍ତି .ସେହିପରି ଗତିକେଶ୍ୱର ହାଇଅର ସେକେଣ୍ଡାରୀ ସ୍କୁଲ ରସମୁଦାୟ ୨୩୫  ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୯୧  ଜଣ କୃତକାର୍ଯ୍ୟ ହୋଇଛନ୍ତି .ପ୍ରଥମ ସ୍ଥାନରେ ୫୯  ଦ୍ୱିତୀୟ ସ୍ଥାନରେ ୪୧  ତୃତୀୟ ସ୍ଥାନରେ ୯୧,ଅକୃତକାର୍ଯ୍ୟ ୪୪.କଲେଜର ଦୁଇଜଣ ସମାନ ନମ୍ବର ରଖି କଲେଜ ଟପର ହୋଇଛନ୍ତି ସେ ହେଲେ


ଶ୍ରାବଣୀ ମହାପାତ୍ର ,ବିଷ୍ନୁପ୍ରିୟ ନାୟକ ୫୦୬ . ସେହିପରି ବାହାଡ଼ଝୋଲା  ହାଇଅର ସେକେଣ୍ଡାରୀ ସ୍କୁର ସମୁଦାୟ ଫଳାଫଳ ହସ୍ତଗତ ହୋଇନାହିଁ . କଲେଜ କତୃପକ୍ଷ ଠାରୁ ସୂଚନା ମିଳିନାହିଁ . ଏତିକି ସୂଚନା ମିଳିଛି

ଆଲୋକ କୁମାର ସାହୁ ସର୍ବାଧିକ ୫୪୩ ନମ୍ବର ରଖି କଲେଜ ଟପର ହୋଇଛନ୍ତି . ନୂଆଗାଁ ବ୍ଲକ୍ର ର ସର୍ବାଧିକ ୫୪୩ ନମ୍ବର ରଖି ଆଲୋକ କୁମାର ସାହୁ  ବ୍ଲକ ଟପର ହୋଇଛନ୍ତି. .

Post a Comment

0 Comments