![]() |
ବୌଦ୍ଧ,୨୯ା୮ : ଅଦ୍ୟ ତା ୨୯.୦୮.୨୦୨୨ ରିଖ ସୋମବାର ଦିନ ବୌଦ୍ଧଠାରେ ଜାତୀୟ କ୍ରିଡା ଦିବସ ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା l ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲ୍ଲା କ୍ରିଡା ସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ,ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ,ଆଇପିଇ ଆନନ୍ଦ ବେହେରା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ମମତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରାଲି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କୋର୍ଟଛକ ଦେଇ ଷ୍ଟାଡିୟମରେ ପହଞ୍ଚିଥିଲା l ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନଏସି ଓ ସ୍କାଉଟ ର ଛାତ୍ରଛାତ୍ରୀ ଏହି ରାଲିରେ ଅଂଶଗ୍ରହଣ କରିଥିଲେ l ଅପରାହ୍ନରେ ଆଇଆରବି ପଡିଆଠାରେ ବଲାଶିଙ୍ଗା ୫ମ ଆଇଆରବି ବାଟାଲିୟନ ଓ ବୌଦ୍ଧ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ବୌଦ୍ଧ ଏକାଦଶ ବିଜୟୀ ହୋଇଥିଲା l ଆଇଆରବି କମାଣ୍ଡାଣ୍ଟ୍ ଦୁର୍ବାଶା ନାୟକ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ l ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀ ଉପସ୍ଥିତ ଥିଲେ l ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କ୍ରିଡା ପୁରସ୍କାର ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ l ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷାଣ୍ଢ ଙ୍କ ରିପୋର୍ଟ ସ୍ମାଇଲ ଟିଭି ସିଂହ ନାଦ
0 Comments