ଦଶପଲ୍ଲା : - ଗତକାଲି ଲଗାଣ ବର୍ଷାରେ ପୋଲ ଭୂଷୁଡିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ,ଏହାର ମରାମତି କରାଯାଇଛି । ଗଣମାଧ୍ୟମ ରୁ ଖବର ପାଇବାପରେ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚନ୍ଦନ କୁମାର ରଥ , ତୁରନ୍ତ ପଦକ୍ଷେପ ନେଇ ବ୍ୟରିକେଡ୍ ନିର୍ମାଣ କରିବା ସଂଗେ ସଂଗେ ,ଯାନବାହନ ଯାତାୟତ ରେ ଯେମିତି କୌଣସି ବାଧା ସୃଷ୍ଟି ନ ହେବ ସେଥିପାଇଁ , ରାସ୍ତା ର ଦୁଇ ପାର୍ଶ୍ଵ ରେ ସତର୍କତା ଫଳକ ଲଗାଇବା ସହିତ , ବାଲି ବସ୍ତା ଦେଇ ରାସ୍ତା ମରାମତି କରିଛନ୍ତି ।
ବର୍ଷା ଟିକେ କମିଲେ ଖୁବ୍ ଶୀଘ୍ର ରାସ୍ତା ର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି । ଯାନବାହନ କିପରି ସୁରକ୍ଷିତ ଭାବରେ ଯାତାୟାତ କରିପାରିବ ,ସେଥିପାଇଁ ଘଟଣା ସ୍ଥଳରେ,କର୍ମଚାରୀ ମାନଙ୍କୁ ମଧ୍ୟ ନିଯୁକ୍ତ କରିଥିବା ଜଣାପଡିଛି।
0 Comments