ପିଇବାକୁ ଚୁଆଁପାଣି ଗମନା ଗମନ ପାଇଁ ଭଙ୍ଗା ପୋଲ ଓ ଆବଡା ଖାବଡା ରାସ୍ତା ଭରସାରେ ଦୋଡୁଗୁଡା ଗ୍ରାମବ

 


କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦୋଡୁଗୁଡା ଗ୍ରାମରେ ପାନୀୟ ଜଳ ଓ ଗାଁ କୁ ସଂଯୋଗୀ କରଣ ରାସ୍ତା ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଗ୍ରାମରେ ଥିବା ଦୁଇଟି ନଳକୂପ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ହେବ ଖରାପ ହୋଇ ପଡିଛି ଯାହାକୁ ନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ନଳକୂପ ଦୁଇଟି ମରାମତି ହୋଇପାରିନି। ଏହି ଗ୍ରାମରେ ୫୦ ପରିବାରର ୨୦୦ ରୁ ଉର୍ଦ୍ଧ୍ବ ଲୋକେ ବାସ କରୁଥିବା ବେଳେ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇପାରୁନାହାନ୍ତି। ଲୋକେ ଏହି ବର୍ଷା ଦିନରେ ମଧ୍ୟ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମ ନିକଟରେ ପ୍ରଭାହିତ ହେଉଥିବା ନଦୀ ନିକଟ ଏକ ଖାଲ ମଧ୍ୟରୁ ମହିଳା ମାନେ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଏହି ଗ୍ରାମକୁ ରାସ୍ତା ଖଣ୍ଡିଏ ଏଯାଏ ତିଆରି ହୋଇ ପାରିନି। ଏହି ଗ୍ରାମଟି ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋ ଶିଳ୍ପାଞ୍ଚଳ ଦାମନଯୋଡି ଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ। ତଥାପି ନାଲକୋ ଏହି ଗ୍ରାମର ପାରିପାର୍ସୀକ ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିଥିବା ଭୋଳି ଦୃଶ୍ୟ ଦେଖିବାକୁ ମିଳୁନହିଁ। ଏହି ଗ୍ରାମର ଲୋକେ ଜୀବନ ଜୀବିକା ପାଇଁ ନାଲକୋ ନଗରୀ ଦାମନଯୋଡି ଉପରେ ସମ୍ପୂର୍ଣ ନିର୍ଭରଶୀଳ। ବହୁବର୍ଷ ପୂର୍ବେ କେଲାର ଓ ଦୋଡୁଗୁଡା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ନାଲକୋ ପାରିପାର୍ସୀକ ଯୋଜନାରେ ଏକ ପୋଲର ନିର୍ମାଣ କରାଯାଇଥିଲା ଯାହାକି ୨ ମାସ ପୂର୍ବେ ସାମାନ୍ୟ ବର୍ଷାରେ ପୋଲୋଟି ଗୋଟିଏ ପାଖରୁ ଭୁଶୁଡି ପଡିଥିଲା, ତଥାପି ଗ୍ରାମବାସୀ ଜୀବନକୁ ବାଜି ଲଗେଇ ଏହି ଭଙ୍ଗା ପୋଲ ଦେଇ ଜୀବନ ଜୀବିକା ସନ୍ଧାନରେ ଦାମନଯୋଡି ଯିବା ଆସିବା କରୁଥିଲେ।ଏନେଇ ଆମ ଗଣ ମାଧ୍ୟମ ପ୍ରତିନିଧି ଖବର ପାଇ ଗ୍ରାମକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଖୁବ ଜୋର ବର୍ଷା ହେବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ପୋଲୋଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଲା ଯାହାର ଭିଡିୟ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରାରେ କୈଦ ହୋଇଛି। ବର୍ତ୍ତମାନ ଏହି ଗ୍ରାମର ଲୋକେ ଏହି ରାସ୍ତା ଦେଇ ନିଜର ଜୀବନ ଜୀବିକା ସନ୍ଧାନରେ ଦାମନଯୋଡି ଯାଇ ପାରିବେନି। ଗାଁ କୁ ଭଲ ରାସ୍ତାଟିଏ ପାଇଁ ଗ୍ରାମବାସୀ ମାନେ ପୂର୍ବରୁ ପଞ୍ଚାୟତ, ବ୍ଲକ, ବିଧାୟକଙ୍କ ସମେତ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଲିଖିତ ଦାବୀ କରିଥିଲେ ମଧ୍ୟ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମବାସୀ କ୍ଷବର ସହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଗ୍ରାମ ବାସୀଙ୍କ ଦାବୀ ହେଲା ଆଗାମୀ ଦିନରେ ବାଲିଗୁଡା ଛକ ଠାରୁ କେଲାର ଗ୍ରାମ ପର୍ଯ୍ୟନ୍ତ (୬ କି.ମି.)ରାସ୍ତା ଓ ଦୋଡୁଗୁଡା ଗ୍ରାମର ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ କରାଯାଉ । ନଚେତ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ମିସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତ.

Post a Comment

0 Comments