*ତାଳପତ୍ର ପୋଥି ସଂଗ୍ରହ ନିଶାରେ ସଞ୍ଜୟ*
ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି, ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ । ଉକ୍ତ ପୋଥି କୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସହରେ ଵାସ କରୁଥିବା ଆକ୍ସିସ୍ ବ୍ୟାଙ୍କ୍ ର ବ୍ରାଞ୍ଚ ହେଡ୍ (ମ୍ୟାନେଜର) ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି।
ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟ ଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ସହ ଅନ୍ୟାନ୍ୟ ଜିନିଷ ତାଙ୍କର ପରିବାର ନାମରେ ରଖାଯିବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂଗ୍ରାହକ ସଞ୍ଜୟ ସୂଚନା ଦେଇଛନ୍ତି। ପୋଥି ସଂଗ୍ରହ ଆଜିର ଯୁବଗୋଷ୍ଠୀ ଏଥିରୁ ବିମୁଖ ହେଉଥିବା ବେଳେ ନିଶାରେ ସଞ୍ଜୟ ସବୁବେଳେ ସମସ୍ତ ସହ ଯୋଗାଯୋଗ କରି ଆଖ ପାଖ ଗ୍ରାମରେ ପୋଥି ସଂଗ୍ରହ କରି ସାଇତି ରଖୁଛନ୍ତି। କମ୍ ବୟସରୁ ପୋଥି ନିଶା ଘାରିଥିବା ବେଳେ ଏହାକୁ ଜୀବନ ଥିଲା ପର୍ଯ୍ୟନ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି।ସଂଗ୍ରାହକ ଓ ତାଙ୍କ ମାଆ ମଧ୍ୟ ତାଳପତ୍ର ଅସଯଡା ପୋଥିକୁ ସଜାଡି ପୃଷ୍ଠା କୁ ପୃଷ୍ଠା ସଜାଡି ସଂଗ୍ରହରେ ସହଯୋଗ କରନ୍ତି ବୋଲି ସଞ୍ଜୟ କୁହନ୍ତି। ଏହା ଭଗବାନଙ୍କ ସ୍ଵୀକୃତରେ ତାଳପତ୍ର ପୋଥି ସଂଗ୍ରହ ମିଳୁଛି ବୋଲି ଅନୁଭବ କରୁଛନ୍ତି.
ଜୟ ଜଗନ୍ନାଥ
0 Comments