ମହାନଦୀକୁ ଡେଇଁଥିବା ଯୁବକଙ୍କ ଶବ ଉଦ୍ଧାର ଆଠଗଡ, ଗତ ୨୭

 


ତାରିଖ ସକାଳେ ମୁଣ୍ଡଳୀ ବ୍ରିଜ ଉପରୁ ମହାନଦୀ ପାଣି କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ୪୧ ବର୍ଷିୟ ଯୁବକ ବିଶ୍ଵଦେଵ ଦାସଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ମଞ୍ଚେଶ୍ୱର ଗ୍ରାମ ପଞ୍ଚାୟତ ର ଲିଂଗାପଦା ଗ୍ରାମ ନିକଟ ମହାନଦୀରେ ଠାଵ କରା ଯାଇଥିଲା।ପ୍ରବଳ ବନ୍ୟା ସ୍ରୋତରେ ମୃତ ଦେହ ଭାସି ଆସି ଉକ୍ତ ସ୍ଥାନରେ ଲାଗିଥିଲା।

ଗ୍ରାମବାସୀ ମାନେ ଦେଖି ଗୁରୁଡ଼ିଝାଟିଆ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଠାରୁ ସୂଚନା ପାଇ ଗତ ଦୁଇଦିନ ହେଲା ଖୋଜାଖୋଜି କରିଥିବା ଅଗ୍ନିଶମ ବାହିନୀ ଆଜି ଆସି ଶଵକୁ ଉଦ୍ଧାର କରିଥିଲେ।ପୋଲିସ ଠାରୁ ସୂଚନା ପାଇ ମୃତକର ସମ୍ପର୍କୀୟ ଭୁବନେଶ୍ୱର ରୁ ଆସି ଶଵକୁ କରିଥିଲେ। ପୋଲିସ ଶଵ ଜଵତ କରି ବ୍ୟବଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛି। ଆଠଗଡରୁ ମହେଶ ଚନ୍ଦ୍ର ଦାସ।

Post a Comment

0 Comments