ସର୍ବ ଭାରତୀୟ ସଂସ୍କୃତ ଶ୍ଳୋକ ଓ ଭାଷଣ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆକାଂକ୍ଷା ଦାଶ ପ୍ରଥମ

 ଅଖିଳ ଭାରତୀୟ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ବର ଆନୁକୂଲ୍ୟରେ ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ସଂସ୍କୃତ ଶ୍ଳୋକ ଓ ଭାଷଣ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଆକାଂକ୍ଷା ଦାଶ ପ୍ରଥମ


ହୋଇଛନ୍ତି। ସେ ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍ଥାନୀୟ ପନ୍ତିଖାରୀ ଶାସନର ବୋଲି ଜଣାଯାଇଛି। ତାଙ୍କର ଏହି ସଫଳତା ଜିଲା ତଥା ରାଜ୍ୟ ନିମନ୍ତେ ଗୌରବ ଆଣିଥିବା ଚର୍ଚ୍ଚା ହେଉଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ସାରୁପାଲସ୍ଥିତ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ. କୁମାର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏମ. ପି. ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ନୂଆଦିଲ୍ଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡି ମୁଖ୍ୟଅତିଥି, ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ହରେକୃଷ୍ଣ ଶତପଥୀ ମୁଖ୍ୟବକ୍ତା ଓ ସର୍ବଭାରତୀୟ ସ୍ତରରୁ ବହୁ ଅତିଥି ଓ ବିଦ୍ବାନ ଅଂଶ ଗ୍ରହଣ କରିଥିଲେ। ଅତିଥିଙ୍କ ଅନୁରୋଧକ୍ରମ ପୁଣି ଥରେ ଆକାଂକ୍ଷା ସଂସ୍କୃତ ଶ୍ଳୋକ ଆବୃତି କରିବା ସହ ଚମତ୍କାର ଭାଷଣ ପ୍ରଦାନ କରି ସମସ୍ତଙ୍କ ମନମୁଗ୍ଧ କରିଥିଲା।


Source:- The Dharitri

Post a Comment

0 Comments