ଶନିବାର ସକାଳ ପ୍ରାୟ ୮ଘଟିକା ସମୟରେ ମୁଣ୍ଡଳୀ ବ୍ରିଜରୁ ମହାନଦୀ କୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।


 ଆଜି ଶନିବାର ସକାଳ ପ୍ରାୟ ୮ଘଟିକା ସମୟରେ ମୁଣ୍ଡଳୀ ବ୍ରିଜରୁ ମହାନଦୀ କୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ଅଗ୍ନିଶମ ବିଭାଗ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଦେଇଛନ୍ତି। ଆଠଗଡ଼ ପୋଲିସ ମଧ୍ୟ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।ନିଖୋଜ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ତୁରଂତୁରା।ସେ ଶୈଳଶ୍ରୀ ବିହାରରେ ରହି ବ୍ୟବସାୟ କରୁଥିଲେ।ଯୁବକଙ୍କ ନାମ ବିଶ୍ଵଦେଵ ଦାସ ବୟସ ୪୧ବର୍ଷ।ଦାମ୍ପତ୍ୟ କଳି ରୁ ସମ୍ପୃକ୍ତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କୀୟଙ୍କ ସୁତ୍ରରୁ ଜଣାପଡିଛି।ଘଟଣା ସ୍ଥଳରେ ନିଖୋଜ ଯୁବକ ଏକ ସ୍କୁଟି ଓଡ଼ି 33R 9270 ,ମୋବାଇଲ ଫୋନ ଓ ମନିପର୍ସ ଛାଡି ନଦୀକୁ ଡେଇଁ ପଡିଛନ୍ତି।ମାଛ ମାରୁଥିବା ଧୀବର ମାନେ ଦେଖି ପୋଲିସ କୁ ଖବର ଦେଇଥିଲେ। ମହାନଦୀରେ ପାଣି ସ୍ରୋତ ଅଧିକ ଥିବାରୁ ଅଗ୍ନିଶମ ବାହିନୀକୁ ସମସ୍ୟା ହେଉଛି। ମଧ୍ୟାହ୍ନ ସୁଦ୍ଧା ନିଖୋଜ ଯୁବକଙ୍କ ସନ୍ଧାନ ମିଳି ପାରି ନାହିଁ।

ଆଠଗଡ ରୁ ମହେଶ ଦାସ।

Post a Comment

0 Comments