ଆଠଗଡ,/ ସମାଜସେବୀ ତଥା ଯୁବସଙ୍ଗଠକ ଅଭୟ ବାରିକ ଓ କଖଡି ଗ୍ରାମବାସୀ ଆଠଗଡ଼ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ।ଘଣ୍ଟିଖାଲ ସ୍ଥିତ ଆରତୀ ଷ୍ଟିଲ ଆଣ୍ଡ ପାୱାର ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କ ସହଯୋଗରେ କିଭଳି ବିଭିନ୍ନ ଵେଆଇନ କାର୍ଯ୍ୟକରି ଆସୁଛନ୍ତି,ସେ ସମ୍ବନ୍ଧରେ ସାମ୍ଵାଦିକ ମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଆଠଗଡ଼ର ଜଳ,ଜମି ଓ ଜଙ୍ଗଲ କୁ ନେଇ କମ୍ପାନୀ ଗଢି ଉଠିଥିଲେ ମଧ୍ୟ କମ୍ପାନୀ କର୍ତ୍ତୁପକ୍ଷ ବୁଝାମଣାପତ୍ରର କ୍ରମାଗତ ଭାବେ ଉଲ୍ଲଂଘନ କରି ଆସୁଛନ୍ତି।ପ୍ରତି ଦୁଇ ବର୍ଷରେ ଥରେ ବୁଝାମଣାପତ୍ର ନବୀକରଣ କରିବାର ନିୟମ ଥିଲେ ମଧ୍ୟ ବିଗତ୨୦୧୧ମସିହା ଠାରୁ ନବୀକରଣ କରାଯାଇନାହିଁ।କମ୍ପାନୀ ଏଠାରେ ଗଢି ଉଠିବାରୁ ହାତୀ କରିଡର ଅବରୋଧ ହୋଇଗଲା ଯଦ୍ୱାରା ହାତୀ ମାନେ ଜନ ବସତି ମୁହାଁ ହୋଇଯିବାରୁ ବ୍ୟାପକ ଧନଜୀବନ ଓ ଫସଲ ନଷ୍ଟ ହେଉଛି।କାରଖାନା ରୁ ନିର୍ଗତ ହେଉଥିବା ଧୂଆଁ ଦ୍ଵାରା ଏ ଅଞ୍ଚଳର ବାୟୁ ପ୍ରଦୂଷିତ ହୋଇ କର୍କଟ ଓ ବିଭିନ୍ନ ଚର୍ମ ରୋଗରେ ଅଞ୍ଚଳ ଵାସି କ୍ଷତି ଗ୍ରସ୍ତ ହେବା ସବୁଜ ବଳୟ ଉପରେ ଏହାର କୁପ୍ରଭାବ ପଡୁଛି ବୋଲି ଗୁରୁତର ଅଭିଯୋଗ କରିଥିଲେ।ଯଦ୍ୱାରା ଅଂଗାରକାମ୍ଳ ବୃଦ୍ଧି ପାଇ ଅମ୍ଳଜାନ କମିଯାଉଛି।କାରଖାନା ନିୟମ ଅନୁଯାୟୀ ଏ ଅଞ୍ଚଳର ବେକାର ମାନଙ୍କୁ କାରଖାନା କର୍ତ୍ତୃପକ୍ଷ ନିଯୁକ୍ତି ଦେଉନାହାନ୍ତି କିନ୍ତୁ ମନ୍ତ୍ରୀ ରଣେନ୍ଦ୍ର ଙ୍କ ସୁପାରିଶ ରେ ନିଯୁକ୍ତି କରାଯାଉଛି।ନିୟମ ଅନୁଯାୟୀ ଅଣ କୁଶଳୀ ଶ୍ରମିକଙ୍କ ଶତକଡ଼ା୯୦ ଭାଗ,କୁଶଳୀ ଶ୍ରମିକଙ୍କ ଶତକଡା ୬୦ଭାଗ ଓ ସୁପ୍ରଭାଇଜିଙ୍ଗ କର୍ମଚାରୀଙ୍କ ଶତକଡ଼ା ୩୦ଭାଗ ସ୍ଥାନୀୟ ଅଞ୍ଚଳରୁ ନିଯୁକ୍ତି ଦେବା କଥା କିନ୍ତୁ କାରଖାନା କତ୍ତୃପକ୍ଷ ଏହାକୁ ଉଲ୍ଲଙ୍ଘନ କରିଚାଲିଛନ୍ତି।ସେହିପରି ପାରିପାର୍ଶ୍ବିକ ଯୋଜନା ର ଅର୍ଥ କେଉଁଠି ଖର୍ଚ୍ଚ କରାଯାଉଛି ତାହା ଜନ ସାଧାରଣ ଜାଣି ପାରୁନାହାନ୍ତି।ଏ ବାବଦରେ କୋଟିକୋଟି ଟଙ୍କା ମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭୟ ଅଭିଯୋଗ କରିଛନ୍ତି।ସେହିପରି ବିନା ଲିଜରେ କାରଖାନା କତ୍ତୃପକ୍ଷ ଵେଆଇନ ଭାବେ ମହାନଦୀ ର କଖଡି ଠାରେ୩୫ ଗୋଟି ଇନଟେକ କୂପ ଖୋଳି କାରଖାନା କୁ ଜଳ ଯୋଗାଣ କରୁଛନ୍ତି।ମନ୍ତ୍ରୀ ଶ୍ରୀ ସ୍ଵାଇଁ ସହଯୋଗ ହେତୁ ସରକାର ଙ୍କ ଅଧିକାରୀ ମାନେ ସବୁ ଜାଣି ମଧ୍ୟ ଚୁପ ରହି କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।କାରଖାନା ର ଉଚ୍ଚ ଅଧିକାରୀ ମାନେ ମନ୍ତ୍ରୀ ରଣେନ୍ଦ୍ର ଙ୍କ ଚାଟୁକର ହୋଇଛନ୍ତି।ମନ୍ତ୍ରୀ ରଣେନ୍ଦ୍ରଙ୍କ ବିରୋଧ ରେ ମୁହଁ ଖୋଲୁଥିବା କର୍ମଚାରୀ ମାନଙ୍କୁ କାରଖାନା କର୍ତ୍ତୃପକ୍ଷ ଛଟେଇ କରିଦେଉଛନ୍ତି କିଛିଦିନ ତଳେ ସମବାୟ ଦୁର୍ନୀତି ରେ କ୍ଷତିଗ୍ରସ୍ତ ହୋଇଥିବା ସଞ୍ଜୟ ସାହୂ(ସୁବାସ) ସହକାରୀ ଜୁନିଅର ଅଧିକାରୀ ର ମାଟେରିଆଲ ଓ ବିଜେବି କଲେଜ ଛାତ୍ରୀ ସ୍ଵର୍ଗତ ରୁଚିକା ଙ୍କ ମୃତ୍ୟୁ ଘଟଣାରେ ଗଗନ ବାରିକ କୁକ ଓୟାର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ନିକଟରେ ଅଭିଯୋଗ କରିବାରୁ ମନ୍ତ୍ରୀ ଙ୍କ ନିର୍ଦେଶ ରେ ସେମାନଙ୍କୁ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟ ରୁ ଛଟେଇ କରିଥିଲେ।ଛଟେଇ ହୋଇଥିବା ଉଭୟ କର୍ମଚାରୀ ଦ୍ବୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ହୋଇ ମନ୍ତ୍ରୀଙ୍କ ନିର୍ଦେଶ ରେ ସେମାନଂକୁ ଛଟେଇ କରାଯାଇଥିବା କହିଥିଲେ।
କେବଳ ସେତିକି ନୁହେଁ,କାରଖାନା ର ପର୍ସନେଲ ମ୍ୟାନେଜର ଏସ.ସି.ଜେନା ଖୋଲା ଖୋଲି ମନ୍ତ୍ରୀ ରଣେନ୍ଦ୍ର ଙ୍କ ପ୍ରଶଂସା କରି ସରପଂଚ କୁ ନେଇ ମନ୍ତ୍ରୀଙ୍କ ସହ ବୁଝାମଣା କଲେ ନିଯୁକ୍ତି ମିଳିବ ଅନ୍ୟଥା ପୁନଃ ନିଯୁକ୍ତି ହୋଇପାରିବ ନାହିଁ ବୋଲି ଗଗନ ଙ୍କୁ କହୁଥିବାର ଏକ ଅଡିଓ ବାର୍ତ୍ତା ଭାଇରାଲ ହେଉଛି।ଦୁଇଜଣ ଛଟେଇ କର୍ମଚାରୀ ଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପାଇଁ ଜିଲ୍ଳାପାଳଙ୍କ ନିକଟରେ ଦାବି କରିଥିବା ଅଭୟ ସୂଚନା ଦେଇଥିଲେ।ମନ୍ତ୍ରୀ ଶ୍ରୀ ସ୍ଵାଇଁଙ୍କ ଭଣଜା କାରଖାନା ର ସମସ୍ତ କାର୍ଯ୍ୟ ର ଠିକାକାମ କରିବା ଶହ ନିଜର ଜେସିବି,ପ୍ରୋକ୍ଲିନ ଓ ହାଇବା ଗାଡିକୁ ଏକଚଟିଆ ଭାବେ ପରିବହନ କାର୍ଯ୍ୟ ରେ ଲଗାଇ କୋଟିକୋଟି ଟଙ୍କାର ମୁନାଫା ନେଉଛନ୍ତି ବୋଲି ଅଭୟ ଅଭିଯୋଗ କରିଛନ୍ତି।କାରଖାନା ବିଭିନ୍ନ ଅନିୟମିତତା ଓ ଵେଆଇନ କାର୍ଯ୍ୟ ସମ୍ବନ୍ଧରେ କଟକ ର ଜିଲ୍ଳାପାଳ ମହୋଦୟ ଙ୍କୁ ଲିଖିତ ଭାବରେ ଦିଆଯାଇଛି।ଆସନ୍ତା ୧୫ ଦିନ ମଧ୍ୟରେ ଯଦି ସମସ୍ତ ଅଭିଯୋଗ ର ସମାଧାନ ନହୁଏ ତେବେ ମହାନଦୀ କଖଡି ଠାରେ ଥିବା ଇନ ଟେକ ୱେଲ୍ କୁ ବନ୍ଦ କରି ଦିଆଯିବ, ଆରତୀ ଷ୍ଟିଲ କୁ ଘେରାଉ କରାଯିବ ବୋଲି ଶ୍ରୀ ବାରିକ ଚେତାବନୀ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶଳୟ, ସିବିଆଇ ଓ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଓ ତାଙ୍କ ଭଣଜା ବାବି ଜେନାଙ୍କ ଆୟର୍ବହିଭୁତ ସମ୍ପତି ସମ୍ବନ୍ଧରେ ଅଭିଯୋଗ କରାଯିବ ବୋଲି ଅଭୟ ଓ କଖଡି ଗ୍ରାମପଞ୍ଚାୟତ ର ପୁର୍ବତନ ସରପଞ୍ଚ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଆଠଗଡ ରୁ ମହେଶ ଦାସ।
0 Comments