ଆଠଗଡ,/ ଆଠଗଡ଼ ବନବିଭାଗ ପୁଣି ଜଣେ ହାତୀ ଶିକାରୀକୁ ଗିରଫ କରିଛି।
ବଡମ୍ବା ଥାନା ଅନ୍ତର୍ଗତ ଖଇରିପଙ୍ଗା ନିବାସୀ ଜନାର୍ଦନ ସ୍ଵାଇଁଙ୍କ ପୁଅ ମାଟିଆ ସ୍ବାଇଁ ଗତ ୨୦୧୮ ଫେବ୍ରୁଆରୀ ରେ ବଡମ୍ଵା ବନାଞ୍ଚଳ ମାଣିଆବନ୍ଧ ସେକ୍ସନ ଓ ନରସିଂପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ଗୁପ୍ତମାଣିକ ଅଞ୍ଚଳରେ ୨୦୧୮ ଅକ୍ଟୋବର ମାସରେ ଏକ ଦନ୍ତା ହାତୀ ଶିକାର କରିଥିଲା।ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ କନ୍ଧରା ସରଂକ୍ଷିତ ଜଙ୍ଗଲ ରେ ସେ ଓ ତାର ଅନ୍ୟ ସହଯୋଗୀ ମାନେ ପୂର୍ବରୁ ଏକ ଦନ୍ତା ହାତୀ ଶିକାର କରିଥିଲେ ବୋଲି ପଚରା ଉଚରା କରିବା ସମୟରେ ସ୍ବୀକାର କରିଛି।ପୂର୍ବରୁ ଗତ ୫ ତାରିଖରେ ତାର ଅନ୍ୟ ଜଣେ ସହଯୋଗୀ ଧନେଶ୍ୱର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଆଜି ମାଟିଆ କୁ ବଡମ୍ବା କୋର୍ଟ କୁ ଚାଲାଣ କରାଯାଇଥିଲା।ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ତଦନ୍ତ ଚାଲୁ ରହିଛି।ଅନ୍ୟ ସହଯୋଗୀ ମାନଙ୍କୁ ଖୁବ ଶିଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି। ଆଠଗଡରୁ ମହେଶ ଦାସ।
0 Comments