ସ୍ବାଧୀନତାର ର ୭୫ ବର୍ଷ ପରେ ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ


 ଆଠଗଡ, ସ୍ବାଧୀନତାର ର ୭୫ ବର୍ଷ ପରେ ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ।ଜନଜାତି ସମ୍ପ୍ରଦାୟର ମହାମହିମ ରାଷ୍ଟ୍ରପତି ପଦରେ ଆସିନ ହେଲେ ଜନଜାତି ସଂପ୍ରଦାୟର ମହିଳା ଦ୍ରୌପଦୀ ମୁର୍ମୁ ।ତେବେ କଟକ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୫ କିମି ଦୂର ଓ ଆଠଗଡ଼ ଉପଖଣ୍ଡ ସଦର ମହକୁମା ରୁ ୧୮ କିମି ଦୂରରେ ଅବସ୍ଥିତ ରାଧିକା ବାଟୀକା ସାହି।୧୩ ଗୋଟି ଜନ ଜାତି ସମ୍ପ୍ରଦାୟ ପରିବାର ର ଶତାଧିକ ପୁରୁଷ,ମହିଳା ଓ ଶିଶୁ ଏହି ଗ୍ରାମର ବାସିନ୍ଦା।ଆଠଗଡ଼ ବ୍ଲକ ରାଧାକୃଷ୍ଣ ପୁର ଗ୍ରାମପଞ୍ଚାୟତ ରେ ଏହି ଗ୍ରାମ ଅବସ୍ଥିତ।ଏହି ଗ୍ରାମ ଦେଇ ଛୋଟିଆ ନାଳ ଟିଏ ପ୍ରବାହିତ ହେଉଛି।ଏ ଗ୍ରାମକୁ ସ୍ଥାୟୀ ରାସ୍ତା ନାହିଁ।ନାଳ ଉପରେ ପୋଲିଆ ନାହିଁ। ଜମି ମଧ୍ୟରେ ଥିବା ଅଣଓସାରିଆ ହୁଡା ଉପର ଦେଇ ଗ୍ରାମବାସୀ ମାନେ ଯାତାୟତ କରିଥାନ୍ତି।ନାଳ ଉପରେ ଜଙ୍ଗଲରୁ କାଠ ଆଣି ନିଜ ଶ୍ରମଦାନ ରେ ନିର୍ମାଣ କରିଥିବା କାଠପୋଲ ଦେଇ ବିପଦଜନକ ଅବସ୍ଥାରେ ସେମାନେ ଚଳପ୍ରଚଳ କରିଥାନ୍ତି।ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ସଭ୍ୟ ଓ ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ନିର୍ବାଚନ ସମୟରେ ରେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି।ତେଣୁ ଗ୍ରାମବାସୀ ମାନେ ଯୁବ ସଂଗଠକ ଅଭୟ ବାରୀକ ଙ୍କ ନେତୃତ୍ୱରେ ଆଠଗଡ଼ ସହକାରୀ ଜିଲ୍ଳାପାଳ ପ୍ରଜ୍ଞାପାରମିତା ପୃଷ୍ଟି ଙ୍କୁ ସାକ୍ଷାତ କରି ପୋଲିଆ ଓ ରାସ୍ତା,ବିଦ୍ୟାଳୟ ଆଦି ଗ୍ରାମର ଵିଭିନ୍ନ ଦାବି ପୂରଣ କରିଵାକୁ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ତାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ସେମାନେ ଆନ୍ଦୋଳନ ପାଇଁ ପଦକ୍ଷେପ ନେବେ ବୋଲି ଦାବିପତ୍ର ରେ ଜଣାଇଛନ୍ତି।ଦାବି ପତ୍ର ପ୍ରଦାନ ପରେ ଅଭୟ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ ସେମାନେ ତିରିଶ ବର୍ଷ ହେଲା ଭୋଟ ଦେଇ ଆସୁଛନ୍ତି ।

କିନ୍ତୁ ନିର୍ବାଚନ ସମୟରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଓ ତାଙ୍କ କୁଜିନେତା ମାନେ ସବୁ କାର୍ଯ୍ୟ କରିଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି ନିର୍ବାଚନ ଶେଷ ହେଲେ ସବୁ ଭୁଲି ଯାଆନ୍ତି ବୋଲି  ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ।ଏହି ସାମ୍ଵାଦିକ ସମ୍ମିଳନୀରେ ଯୁବ ସଂଗଠକ ଅଭୟ ରଣେନ୍ଦ୍ର ଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ଗତ ତିରିଶ ବର୍ଷ ହେବ କ୍ଷମତା ଭୋଗକରି ନିଜର ଓ ପରିବାର ଉନ୍ନତି କରିଛନ୍ତି।ଆଠଗଡ଼ ର କୌଣସି ଉନ୍ନତି କରିନାହାନ୍ତି।ପୁରୁଣା କଟକ-ସମ୍ବଲପୁର ରାସ୍ତା ର ଚମ୍ପାପୁର ଓ ଘଣ୍ଟିଖାଲ ଠାରେ ଗଡା ଉପରେ ପୋଲିଆ ନିର୍ମାଣ ର ଜରୁରୀ ଆବଶ୍ୟକ ଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି।ନିଜ ଭଣଜାଙ୍କ ଗାଡି ସବୁ କମ୍ପାନୀ ରେ ଭଡାରେ ଲାଗିଛି।ଆଠଗଡ଼ ଗାଡି ମାଲିକ ମାନେ ଗାଡି ଭଡା ଦେବାକୁ ହେଲେ ରଣେନ୍ଦ୍ର କିମ୍ବା ତାଙ୍କ ଭଣଜାଙ୍କ ଠାରୁ ଅନୁମତି ନେବାକୁ ପଡେ।ନିଜ ଭାଇ ବିରେନ୍ଦ୍ର ପ୍ରତାପ ଯିଏକି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଥିଲେ ତାଙ୍କ ସମୟରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିଲା।ନିରୀହ ଚାଷୀ ମାନଙ୍କ ନାମରେ । ଚାଷୀ ମାନଙ୍କ  ଅଗୋଚର ରେ ଜାଲିଆତି କରାଯାଇ କୋଟିକୋଟି ଟଙ୍କା ରୁଣ କରାଯାଇ ହଡପ କରାଯାଇଥିଲା।ସେତେବେଳେ ରଣେନ୍ଦ୍ର ସମବାୟ ମନ୍ତ୍ରୀ ଥିଲେ।ତେଣୁ ନିରୀହ କର୍ମଚାରୀ ମାନଙ୍କ ମୁଣ୍ଡରେ ଅଠାବୋଳି ନିଜ ଭାଇଙ୍କୁ ଖସାଇ ଦେଇଥିଲେ।ଉପସ୍ଥିତ ଗ୍ରାମବାସୀ ଓ ଅଭୟ ସମ୍ମିଳନୀରେ ହାତଯୋଡି ରଣେନ୍ଦ୍ର ଙ୍କୁ ରାଧିକାବାଟୀକା ସାହିର ସମସ୍ୟାକୁ ସମାଧାନ କରିବା ପାଇଁ ୧୫ ଦିନ ସମୟ ଦେଇଥିଲେ ।   

          ଆଠଗଡରୁ ମହେଶ ଚନ୍ଦ୍ର ଦାସ ଙ୍କ ରିପୋର୍ଟ।

Post a Comment

0 Comments