କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ର ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱରେ ୭୬ ତମ ସ୍ବାଧୀନତା ଦିବସ ପାଳନ ଜେଇଯାଇଛି । ଏହି ଅବସରରେ ସ୍କୁଲ କମିଟିର ସଭାପତି ଚତୁର୍ଭୁଜ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳନ କରି ମହାତ୍ମା ଗାନ୍ଧୀ ଆମ ଦେଶ କୁ କିପରି ସ୍ୱାଧୀନ କରିଥିଲେ ସେ ବିଷୟରେ ଅଭିଭାଷାଣ ଦେଇଥିବା ବେଳେ ପୂର୍ବତନ ୱାର୍ଡ଼ ମେମ୍ବର୍ ବିଜୟ କୁମାର ଦିଗାଲ ଓ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ବକ୍ତବ୍ୟରେ ଭାରତ ସ୍ବାଧୀନର ୭୬ ତମ ସ୍ୱାଧୀନ ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇ ଭାରତ ସ୍ବାଧୀନର କିପରି ହେଇଥିଲା ଓ ଇଂରେଜମାନଙ୍କ ଠାରୁ ମହାତ୍ମାଗାନ୍ଧୀ ଆମ ଭାରତ ମାଟି କୁ କିପରି ଫେରେଇ ଆଣିଥିଲେ, ଏପରିକି ଗାନ୍ଧୀ ପରିବାର ଆମ ଭାରତ ପାଇଁ କେତେଯେ କଷ୍ଟ କରିଛନ୍ତି ଏପରିକି ମହାତ୍ମା ଗାନ୍ଧୀ ଜେଲ ମଧ୍ୟ ଯିବାପାଇଁ ପଛେଇ ନ ଥିଲେ ଆଉ ଆମ ଭାରତ ମାଟି କୁ ଫେରେଇ ଆଣି ୧୯୪୭ ମସିହା ଠାରୁ ସ୍ବାଧୀନତା ଦିବସ ଓ ଟିରଙ୍ଗା ପାଳନ କରାଯାଇଥିବା ବୁଝେଇ ଥିଲେ । ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର , ସ୍ୱାତି ତନ୍ମୟା ପଣ୍ଡା ,ବୈଦ୍ୟନାଥ ପାଟଯୋଶୀ , ସୁକାନ୍ତ କୁମାର ସାହୁ , ରୋହିତ କୁମାର ବେହେରା , ସ୍ନିଗ୍ଧାରାଣୀ ବେହେରା ଓ ସମସ୍ତ ଷ୍ଟାଫ ଯୋଗଦେଇ ସ୍ବାଧୀନତା ଦିବସ ପାଳନ କରିଛନ୍ତି କନ୍ଧମାଳ ଜିଲ୍ଲା
0 Comments