ନୟାଗଡ଼: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ୧୨ଟି ସ୍କୁଲ, ଗଣିଆ ବ୍ଲକର ୯ଟି ସ୍କୁଲ ଓ ଖଣ୍ଡପଡ଼ା ବ୍ଲକର ୯ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ଫତେଗଡ଼, କରବର, ସାଶନ, ପଦ୍ମାବତୀ, କେନ୍ଦୁପଲ୍ଲୀ ପଞ୍ଚାୟତର ସ୍କୁଲଗୁଡିକୁ ଛୁଟି କରାଯାଇଛି । ସେହିପରି ଗଣିଆ ବ୍ଳକର କିଶୋର ପ୍ରସାଦ, ବେଲପଡ଼ା, ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି । ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ, ସିଧାମୁଳା, କଣ୍ଟିଲୋ, କୁମ୍ଭାରପଡ଼ା ଓ ଶିଖରପୁର ପଞ୍ଚାୟତର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
0 Comments