ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ତା.17.8 ଦକ୍ଷତା ଥିଲେ ସବୁ ସମ୍ଭବ l ଏହାର ବୟସ କିମ୍ୱା ସ୍ଥାନର ମାନେ ନଥାଏ l ଆସନ୍ତୁ ଦେଖିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲତାଜୋର ପଞ୍ଚଯାତ ର ଆଦିବାସୀ ଅଧ୍ୟୁଷିତ ଅଂଚଳ ନୁଆଁପାଲି ଗ୍ରାମର ଦେବାନନ୍ଦଙ୍କ ପୁଅ ଦକ୍ସିତ ସାହୁ ଦୁଇ ବର୍ଷ ଚାରି ମାସର ଶିଶୁଙ୍କ ବିଚକ୍ଷଣ ସ୍ମରଣ ଶକ୍ତି ଯୋଗୁଁ ରଚିଛନ୍ତି ରେକର୍ଡ l ସେ ଇଂରାଜୀର ବର୍ଣ୍ଣମାଳା ଉଚ୍ଚାରଣ ଓ ଶବ୍ଦ ଗଠନର ସହିତ ଇଂରାଜୀରେ ଫଳ, ପନିପରିବା,ପଶୁ ପକ୍ଷୀଙ୍କ ନାମ, ସଂଖ୍ୟା ଗଣନ,ସାତ ବାର ନାମ, ବାରମାସର ନାମ,ଯାନବାହାନ,ଗୀତ ଇଂରାଜୀ, ହିନ୍ଦୀ ଓ ସଂସ୍କୃତର କେତୋଟି ଶ୍ଳୋକ ନିର୍ଭୁଲ ଭାବରେ ଉଚ୍ଚାରଣ କରିପାରୁଥିବାରୁ ତାଙ୍କୁ ସବୁଠୁ କମ ବୟସର ଶିଶୁ ଭାବେ ଚଳିତ 2022ବର୍ଷ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡର ହୋଇପାରିଛନ୍ତି l

ଏ ଖବର ପ୍ରସାରିତ ହେବାପରେ ବହୁ ବୁଦ୍ଧିଜୀବୀଙ୍କ ପାଖରୁ ପ୍ରଶଂସାର ସୁଅ ଛୁଟିଛି l ଦକ୍ସିତଙ୍କ ପିତା ଦେବାନନ୍ଦ ସାହୁ ହିରୋ ମୋଟର୍ସ ସୋରୁମର ମାଲିକ ଓ ମାତା ଶ୍ରୀମତୀ ଶ୍ରୁତି ସାହୁ ଗୃହିଣୀ ଅଟନ୍ତି ଏବଂ ତାଙ୍କ ଜେଜେ ବାପା କରୁଣାକର ସାହୁ ରାଇସ ମିଲର ମାଲିକ ଓ ଜେଜେ ମାଆ ଶ୍ରୀମତୀ ଡାଳିମ୍ବ ସାହୁ ସମାଜସେବୀକା ଅଟନ୍ତି l ଯେତେବେଳେ ଦକ୍ସିତ କଥା କହିବା ଶିଖିଲା ସେତେବେଳେ ତାକୁ ଗୋଟିଏ ଥର ଯାହାକହିବ ତାକୁ ମନେରଖିପାରୁଥିଲାl ଏପରି ଦକ୍ଷତା ଦେଖି ତାକୁ ଅନେକ ଖେଳଣା, ଚିତ୍ର ବହି ଆଦି ଆଣିଦେଇ ପାଠପଢାଇବାରେ ମାଆ ଓ ଜେଜେ ମାଆଙ୍କ ଭୂମିକା ବହୁତ ବୋଲି କହନ୍ତି ବାପା ଶ୍ରୀ ସାହୁ l
0 Comments