ବନପାଳ କୁଂ ବିଦାୟ ସମ୍ବର୍ଦ୍ଧନା ।

 



ଦଶପଲ୍ଲା : - ( ବିରୋ ) ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ର ବିଭିନ୍ନ ବନାଂଚଳରେ ବହୁଦିନ ଧରି ଜଣେ ଦକ୍ଷ ବନପାଳ ଭାବରେ ସୁଚାରୁରୂପେ କାର୍ଯ୍ୟ ତୁଲାଇ , ଜଂଗଲ ସୁରକ୍ଷା, ବନାଗ୍ନୀ ନିର୍ବାପଣ , ବନ୍ୟପ୍ରାଣୀ ସୁରକ୍ଷା, ଅଭୟାରଣ୍ୟ ମଧ୍ୟରେଥିବା ଆଦିବାସୀ ମାନଙ୍କ ସ୍ବାର୍ଥ ସୁରକ୍ଷା ଉପରେ କାର୍ଯ୍ୟକରି ସର୍ବସାଧାରଣଙ୍କ ପ୍ରଶଂସା ଭାଜନ ହୋଇପାରିଥିବା , ଲୋକପ୍ରୀୟ ବନପାଳ ଦିପ୍ତୀରଂଜନ ଆଚାର୍ଯ୍ୟଙ୍କ ଇତି ମଧ୍ୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଂଚଳ କୁ ବଦଳି ହୋଇଛି । ବଦଳି ହେବା ପୁର୍ବରୁ ସେ ,ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳର ବୁଗୁଡା ସେକସନ୍ ରେ କାର୍ଯ୍ୟରତ ଥିଲେ । ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ , ପରୋପକାରୀ , ବଂଧୁ ବତ୍ସଳ ସହକର୍ମୀ କୁଂ ସ୍ଥାନୀୟ ବନକର୍ମଚାରୀ ମାନେ, ଉପହାର, ଉପାୟନ ପ୍ରଦାନ ପୂର୍ବକ , ଅଶ୍ରୁଶିକ୍ତ ନୟନରେ ବିଦାୟ ଦେବାବେଳେ ସହକର୍ମୀ ମାନେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଥିଲେ । ତତ୍ ସହିତ ବନରକ୍ଷୀ ମଧୁସ୍ମିତା ନାୟକଙ୍କ ର ମଧ୍ୟ କଟକ ଡିଭିଜନ କୁ ବଦଳି ହୋଇଯାଇଥିବାରୁ ତାକୁଂ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଆଜିର ଏହି ବିଦାୟ କାଳୀନ କାର୍ଯ୍ୟକ୍ରମରେ ବାଣୀଗୋଛା ବନାଞ୍ଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ଗୋଲକ ବେହେରା , ବନରକ୍ଷୀ ରୀନା ନାୟକ ସମେତ ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଅତିତରେ ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେଃ , ବୁଗୁଡା ସେକ୍ସନ ବନପାଳ ଦିପ୍ତୀରଂଜନ ଆଚାର୍ଯ୍ୟ ଙ୍କ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଂଚଳ ର ବିଭିନ୍ନ ଆଦିବାସୀ ଗ୍ରାମରେ ଗୋଷ୍ଠୀ ସ୍ବାର୍ଥ ସୁରକ୍ଷା କାର୍ଯ୍ୟକ୍ରମ ସମେତ, ଜଂଗଲ ସୁରକ୍ଷା, ଅଗ୍ନି ନିର୍ବାପଣ,ବୃକ୍ଷରୋପଣ , ବନ୍ୟପ୍ରାଣୀ ସୁରକ୍ଷା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟିକରି ସେକସନ ବନପାଳ ଦୀପ୍ତୀରଂଜନ ଆଚାର୍ଯ୍ୟ ଓ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ବେଶ୍ ଜର୍ଚ୍ଚାରେ ରହିଥିଲେ ।

Post a Comment

0 Comments