ରାଜସୁନାଖଳା, (ବିରୋ ): ନୟାଗଡ ଜିଲ୍ଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ତଥା ଶହୀଦ୍ ମାଟି ରଣପୁର ସହରାଞ୍ଚଳ ସ୍ଥିତ ପ୍ରଶାନ୍ତ ହୋଟେଲ ଓ କଲ୍ୟାଣୀ ମଣ୍ଡପର ସଭାଗୃହରେ ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା କଞ୍ଜ୍ୟୁମର କୋର୍ଟର ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶୀ ଖବର କାଗଜର ମୁଖ୍ୟ ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ପୁରୀ ଲୋକସଭା ସାଂସଦଙ୍କ ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଯୁବନେତା ତଥା ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ଯୁବ ସମାଜସେବୀ ବାସୁଦେବ ସାହୁ, ଦୂରଦର୍ଶନ ଉପସ୍ଥାପକ ତଥା ସଂସ୍କୃତି ଗବେଷକ ଶ୍ରୀକାନ୍ତ ନାୟକ, ଯୁବ ସମାଜସେବୀ ଅମରଜିତ୍ ସେନାପତି ଓ ଉତ୍କଳୀୟମ୍ ଫାଉଣ୍ଡେସନ୍ ର ରାଜ୍ୟ ସାଧାରଣ ସମ୍ପାଦକ ସୁଚିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜିବ ଲୋଚନ ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ l ଓଡିଶାର ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ଓ ଭକ୍ତଚରଣଙ୍କ ବିଷୟରେ ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥିବୃନ୍ଦ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଉତ୍କଳୀୟମ୍ ଫାଉଣ୍ଡେସନ୍ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ୍ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ଉତ୍କଳୀୟମ୍ ଫାଉଣ୍ଡେସନ୍ ପ୍ରକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି l ଏବେ ଏହି ସଂଗଠନ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ନାରାୟଣ ମହାପାତ୍ର ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜସୁନାଖଳାର ସ୍ପ୍ରିଙ୍ଗ ଗାର୍ଲ ପ୍ରିୟା ପ୍ରିୟଦର୍ଶିନୀ ନାୟକ, ରଣପୁରର ଓଡିଶୀ ନୃତ୍ୟଶିଳ୍ପୀ ସ୍ୱୟଂସିଦ୍ଧା ସେଠୀ , ରାଜସୁନାଖଳାର ଲୋକ କଳାକାର ଆରତ ବେହେରା ଓ ରଣପୁର ବ୍ଲକ୍ ନନ୍ଦପୁର ଗ୍ରାମର କେଳା କେଳୁଣୀ କଳାର ନିଖୁଣ ଅଭିନୟ ସର୍ପମିତ୍ର ଅଜୟ ଦାସ ଓ ତାଙ୍କ ସାଥୀ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ କଳା ପ୍ରଦର୍ଶନ କରିଥିଲେ l ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁଶାନ୍ତ ନାୟକ, ସ୍ୱପେଶ୍ୱର ବରାଡ଼, ଅମୃତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l


0 Comments